ଐତିହାସିକ ମନ୍ଦିର ଖିଚିଂରେ ଚଳିତବର୍ଷ ବିନା ଭକ୍ତରେ ହେବ ମହାଶିବରାତ୍ରି

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର ଏମିତି ଏକ ଗାଁ,ଯେଉଁ ଗାଁ ଦିନେ ଥିଲା ସ୍ୱତନ୍ତ୍ର ରାଜ୍ୟ ର ରାଜଧାନୀ । କଳା ,ସଂସ୍କୃତି ଓ ପରମ୍ପରା ପାଇଁ ବେଶ ପରିଚିତ ଏହି ଗାଁ । ଏବେ ଏହି ଗାଁ କେବଳ ଐତିହାସିକ ଗାଁ ଭାବରେ ପରିଚିତ। ଏହି ସ୍ଥାନର ନାମ ହେଉଛି ଖିଚିଂ । ଖିଚିଂ ହେଉଛି ଶୁକୃଲି ବ୍ଲକ ରେ ଅବସ୍ତିତ । ଖିଚିଂ କୁ ପ୍ରତ୍ୟେକ ଦିନ ହାଜର ହାଜର ଭକ୍ତ ଓ ପର୍ଯ୍ୟଟକ ଆସୁଥାଆନ୍ତି ।

ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ । ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିରକୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି । ଖିଚିଂ ମନ୍ଦିରଟି ବିଶ୍ୱରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ଏହି ମନ୍ଦିରଟି ୯୨୦ ରୁ ୯୨୬ ଖ୍ରୀ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି । ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ ।

ଚଳିତବର୍ଷ କରୋନା କଟକଣା କୋହଳ ହେବା ପରେ, ମନ୍ଦିର ଖୋଳିଛି । ଏହାପରେ ଏଠାରେ ଭିଡ଼ ଦେଖିବାକୁ ମିଳୁଛି । ଦେଶ ସ୍ବାଧୀନତା ପୂର୍ବରୁ ମୟୁରଭଞ୍ଜ ରାଜାଙ୍କ ଦାୟିତ୍ୱ ରେ ଥିଲା ଏହି ମନ୍ଦିରଟି ଥିଲା । ପରବର୍ତ୍ତୀ ସମୟରେ ଦେଶ ସ୍ଵାଧୀନ ହେବା ପରେ ଏହା ରାଜ୍ୟ ସରକାରଙ୍କ ଦେବତ୍ତର ବିଭାଗ ଏବେ ଦାୟତ୍ବରେ ଅଛି । ଖିଚିଂ ମନ୍ଦିର କୁ ବିହାର, ଝାରଖଣ୍ଡ , କଲକତା ଓ ଓଡ଼ିଶାର ବିଭିନ୍ନ ସ୍ଥାନ ରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ଏହି ମନ୍ଦିର ବଡ଼ ପର୍ବ ଭାବେ ମହାଶିବରାତ୍ରି ପାଳନ କରାଯାଇଥାଏ । ସାତ ଦିନ ଧରି ମିନାବଜାର ବସିବା ସହିତ ମହୋତ୍ସବ , ଅପେରା ଆୟୋଜନ ହେଇଥାଏ ।

ଚଳିତ ବର୍ଷ ହେବ କି ନାହିଁ ବୋଲି ଆଜି ଖିଚିଂ ସେବାୟତ, ଯାତ୍ରା କମିଟି,ଖିଚିଂ ସରପଞ୍ଚ, ଉପଜିଲ୍ଲାପାଳ କରଞ୍ଜିଆ ଡ଼ଃ ରଜନୀକାନ୍ତ ବିଶ୍ୱାଳ, ଏସ.ଡି.ପି.ଓ. ରରୁଆ ଥାନା ଅଧିକାରିଣୀ, ଶୁକୃଳି ବିଡ଼ିଓ, ତହସିଲଦାର ପ୍ରଭୁତି ଉପସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମିଟିଙ୍ଗ ବସିଥିଲା । ଚଳିତବର୍ଷ ଐତିହାସିକ ମନ୍ଦିର ଖିଚିଂରେ ମହାଶିବରାତ୍ରି ବିନା ଭକ୍ତରେ ହେବ । ମହାଶିବରାତ୍ରି  ପାଇଁ ୧୧ ତାରିଖ ଦିନ ଖିଚିଂ ମନ୍ଦିର ପରିସରକୁ ପ୍ରବେଶ ନିଷେଧ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଡ଼ଃ ରଜନୀକାନ୍ତ ବିଶ୍ୱାଳ ।

କରୋନା ଭାଇରସକୁ ଆଖି ଆଗରେ ରଖି ଏହି ପଦକ୍ଷେପକୁ ଗ୍ରହଣ କରାଯାଇଛି । ମହାଶିବରାତ୍ରି ଦିନ ସନ୍ଧ୍ୟା ୭ ଟା ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ରାତି ୧୦ ଟା ସମୟରେ ମା କିଚେକେଶ୍ଵରୀ ମନ୍ଦିର ରେ ମହାଦୀପ ଉଠିବ । କେବଳ ଗୋଟିଏ ଦିନ ଖିଚିଂ ମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ରହିବ । ଆଇନ ସୁଙ୍ଖଳା ଦୃଷ୍ଟିରୁ ୨ ପ୍ରାଳଟୁନ ପୋଲିସ ମୁତୟନ ହେବେ । ମହୋତ୍ସବ କମିଟି ତରଫରୁ ଚଳିତ ବର୍ଷ ମହୋତ୍ସବ ବନ୍ଦ କରିବାକୁ ମହୋତ୍ସବ କମିଟର କର୍ମକର୍ତ୍ତା ଘୋଷଣା କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.