ଯାଜପୁର ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ଯାଜପୁର: ଅଜଣା ଗାଡି ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ। ଗତକାଲି ରାତିରେ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ। ବାଇକ ଆରୋହୀ ଜଣକ କଟକ ଅଭିମୁଖେ ଯାଉଥିବା ବେଳେ ନେଉଳପୁର ଛକ ନିକଟରେ ଅଜଣା ଗାଡି ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

ମୃତକ ହେଲ ବିଂଝାରପୁର ଅଂଚଳର ପ୍ରତାପ ଦାସ। ସେ କଟକରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ବଡ଼ଚଣା ମେଡିକାଲ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.