ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଗୁଗଲ ଓ ଫେସବୁକ ମହିଳାଙ୍କୁ ଜଣାଇଲା ସମ୍ମାନ, ଡୁଡୁଲ୍ସ କରି ଦେଲା ଅଭିନନ୍ଦନ
ମାର୍ଚ୍ଚ ୮ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ। ଏହି ଉପଲକ୍ଷେ ବିଶ୍ବର ପ୍ରମୁଖ ଟେକ୍ କମ୍ପାନୀ ଗୁଗଲ ଏବଂ ଫେସବୁକ ମହିଳାମାନଙ୍କ ପାଇଁ ବିଶେଷ ଡୁଡୁଲ୍ କରି ଶୁଭେଚ୍ଛା ଜଣାଇଛି। ଗୁଗଲ ଡୁଡୁଲ୍ସ ଜରିଆରେ ସମ୍ମାନ ଜଣାଇବା ସହିତ ଫେସବୁକ ମୋବାଇଲ ଆପ୍ ଲୋଗେରେ ବିଭିନ୍ନ ମହିଳାଙ୍କୁ ସମ୍ମାନ ଜଣାଇଛି।
ଗୁଗଲ ନିଜ ମେନ ପେଜ ଜରିଆରେ ଶିକ୍ଷା, ନାଗରିକ ଅଧିକାର ଏବଂ ବିଜ୍ଞାନ କ୍ଷେତ୍ରରେ ପାଦ ରଖିଥିବା ପ୍ରଥମ ମହିଳାମାନଙ୍କୁ ଆଜିର ଦିନକୁ ସମର୍ପିତ କରିଛି। ଏହାଛଡା ଗୁଗଲ କହିଛି, ଅକାଦେମୀ ଏବଂ ବ୍ଯାପାର ଭଳି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶିତ କରିଥିବା ମହିଳାଙ୍କୁ ଆଜିର ଦିନ ସମର୍ପିତ କରିଛି।
ଏହି ଅବସରରେ ଫେସବୁକ ମଧ୍ୟ ସମର୍ଗ ବିଶ୍ବର ମହିଳାମାନଙ୍କୁ ପାଇଁ ଆଜି ସମ୍ମାନ ଜଣାଇଛି। ଫେସବୁକ ମୋବାଇଲ ଆପରେ GIF ଲୋଗୋ ଲଗାଇଛି। ଏଥିରେ ଅଲଗା ଅଲଗା ଡ୍ରେସ ପିନ୍ଧିଥିବା ମହିଳାଙ୍କୁ ଦେଖାଯାଇଛି। ଏହି ମହିଳାଙ୍କୁ ଏକତାର ପ୍ରତୀକ ବୋଲି କୁହାଯାଉଛି।
ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ କରାଯାଏ। ଏହି ଦିନରେ ମହିଳାଙ୍କ ଦ୍ବାରା ସାମାଜିକ, ଆର୍ଥିକ, ରାଜନୈତିକ ଉପଲବ୍ଧି ପାଇଁ ସମର୍ପିତ କରାଯାଇଥାଏ। ଆଜିର ଦିନରେ ତେଲେଙ୍ଗାନା ସରକାର ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି।