Below header

ପିରିୟ୍ଡ଼ସ ସମୟରେ କରୋନା ଟୀକା ନେବା ଉଚିତ ନା ନୁହେଁ ଜାଣନ୍ତୁ

ଦେଶ ତଥା ବିଶ୍ୱରେ କରୋନାର ଦ୍ଵିତୀୟ ଲହର ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଗତ ମେ ପହିଲା ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କ ପାଇଁ କରୋନା ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । କିନ୍ତୁ ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କେମିତି ଟୀକା ନେବେ, କେଉଁ ସମୟରେ ଟୀକା ନେବା ଉଚିତ, କେଉଁ ସମୟରେ ଉଚିତ ନୁହେଁ, ଦେହ ଖରାପ ଥିଲେ ନେବକି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ଏହି ଦ୍ଵନ୍ଦ ଅଧିକ ଦେଖାଦେଉଛି । ମହିଳା ମାନଙ୍କ ମାସିକ ଧର୍ମ ସମୟରେ ଟୀକା ନେଲେ କଣ ପ୍ରଭାବ ପକାଇବ ଏନେଇ ବି ଏକ ଦ୍ୱନ୍ଦ୍ୱ ରହିଛି ।

covid vaccine

ନିକଟରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ମାସିକ ଧର୍ମ ସମୟରେ ମହିଳା ମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ତେଣୁ ଏହି ଦିନ ମାନଙ୍କରେ କିମ୍ବା ୫ ଦିନ ପୂର୍ବରୁ ବା ପରେ ଟୀକା ନେବା ଉଚିତ ହେବ ନାହିଁ । ଏହି ଦିନରେ ମହିଳାଙ୍କ ଶରୀର ଟୀକା ନେବା ପାଇଁ ଉପଯୁକ୍ତ ନଥାଏ । ଆଉ ଏକ ସୂଚନା ଅନୁଯାୟୀ ଟୀକାର ପ୍ରଥମ ଡୋଜ ଶରୀରର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଏ । କିନ୍ତୁ ଏହା କେତେ ଦୂର ଠିକ ସେନେଇ ଏଯାବତ ସ୍ପଷ୍ଟ ହୋଇ ପାରିନାହିଁ । ଏସବୁ ଦିଗ ପ୍ରତି ବେଳ ଥାଉ ଥାଉ ସତର୍କ ଓ ସଚେତନ ରହିବା ଉଚିତ । ନଚେତ ଭବିଷ୍ୟତରେ ଅସୁବିଧା ଭୋଗିବାକୁ ପଡିପାରେ । ପିରିୟ୍ଡ଼ସ ସହ କରୋନା ଭ୍ୟାକସିନକୁ ନେଇ ସେମିତି କିଛି ଠୋସ ପ୍ରମାଣ ପ୍ରକାଶ ପାଇନାହିଁକି କି ସେମିତି କିଛି ହେଉଥିବା ନେଇ ଅଭିଯୋଗ ସାମ୍ନାକୁ ଆସିନାହିଁ ।

covid vaccine

ଅନ୍ୟପକ୍ଷରେ, ଗୁରଗାଓଁ ସ୍ଥିତ ଜଣେ ଜଣାଶୁଣା ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳା ମାନଙ୍କ ପିରିୟ୍ଡ଼ସ ଉପରେ ଭ୍ୟାକସିନର କୌଣସି ପ୍ରଭାବ ନାହିଁ । ବିନା କୌଣସି ଦ୍ଵିଧାରେ ଏହାକୁ ନିଆଯାଇପାରିବ । ବରଂ ଯଥାସମ୍ଭବ ଶୀଘ୍ର ନେବା ଉଚିତ । ତାଙ୍କ ମତରେ ଆମେ ସମସ୍ତେ ଜାଣି ରଖିବା ଉଚିତକି ମାସିକ ଧର୍ମ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା । ଶରୀରର ଇମ୍ୟୁନିଟିକୁ ଏହା କୌଣସି କ୍ଷତି ପହଞ୍ଚାଏ ନାହିଁ । ଏହା ବ୍ୟତୀତ କିଛି ଲୋକଙ୍କର ଧାରଣା ରହିଛିଯେ, ଏହି ଟୀକା ନେବା ଦ୍ୱାରା ଉଭୟ ପୁରୁଷ ଓ ମହିଳାଙ୍କର ରିପ୍ରଡକ୍ସନ ଉପରେ କ୍ଷତି ପହଞ୍ଚି ପାରେ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଟୀକାର ସେପରି କୌଣସି ପ୍ରଭାବ ନାହିଁ । କିନ୍ତୁ କିଛି ଦିନ ତଳେ ଏଏସସିବି ମେଡିକାଲ କଲେଜର ଜଣେ ବରିଷ୍ଠ ଡାକ୍ତର ପ୍ରକାଶ କରିଛନ୍ତିକି ଗର୍ଭବତୀ ଓ ପିଲାଙ୍କୁ କ୍ଷୀର ଦେଉଥିବା ମହିଳା ଟୀକା ନେଇପାରିବେ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.