କରୋନା ସଂକଟ ମଧ୍ୟରେ ଅଭିନେତ୍ରୀ ହୁମା କ୍ୟୁରେସି ବଢ଼ାଇଲେ ସାହାଯ୍ୟର ହାତ, ତିଆରି କରିବେ କୋଭିଡ ହସ୍ପିଟାଲ

ଏବେ ସାରା ଦେଶରେ କରୋନା ସଙ୍କଟ ଜାରି ରହିଛି। ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ବହୁ ବଲିଉଡ ସେଲିବ୍ରିଟି ନିଜ ଅନୁସାରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ଏହି ଧାରାରେ ଏବେ ସାମିଲ ହୋଇଛନ୍ତି ଅଭିନେତ୍ରୀ ହୁମା କ୍ୟୁରେସି। ହୁମା ଗ୍ଲୋବାଲ ଚାଇଲଡ଼ ରାଇଟ୍ସ ଅର୍ଗାନାଇଜେସନ ‘ସେଭ ଦ ଚିଲଡ୍ରେନ’ ସହ ହାତ ମିଶାଇଛନ୍ତି। ଏହି ସଂସ୍ଥା ସହ ମିଶି ହୁମା ଦିଲ୍ଲୀରେ ଏକ ଅସ୍ଥାୟୀ ହସ୍ପିଟାଲ ତିଆରି କରିବାକୁ ଯୋଜନା କରୁଛନ୍ତି।

ସୂଚନାନୁଯାୟୀ, ଏହି ଅସ୍ଥାୟୀ ହସ୍ପିଟାଲରେ ୧୦୦ ବେଡ୍ ଓ ଏକ ଅକ୍ସିଜେନ୍ ପ୍ଲାଣ୍ଟ ରହିବ। ଏହି ପ୍ରୋଜେକ୍ଟରେ ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପାଇଁ କୋଭିଡ କିଟ୍ ମଧ୍ୟ ଦିଆଯିବ। ଏଥିରେ ଡାକ୍ତରଙ୍କଠାରୁ ପରାମର୍ଶ ନେବା ନମ୍ବର ସହ ସାୟକୋ ସୋସିଆଲ ଥେରାପିଷ୍ଟ ପ୍ରମୁଖ ରହିବେ। ଫଳରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ମିଳିପାରିବ।

ଏହି ମହତ କାମରେ ହୁମାଙ୍କ ସମେତ ହଲିଉଡ ନିର୍ଦ୍ଦେଶକ ଜ୍ୟାକ ସ୍ରାଇଡର ମଧ୍ୟ ସାମିଲ ହୋଇଛନ୍ତି। ଏଥିସହ ବ୍ରିଟିଶ ଅଭିନେତା ତଥା ରାପର୍ ରିଜବାନ ଅହମ୍ମଦ ମଧ୍ୟ ହୁମାଙ୍କ ସାଥ୍ ଦେଉଛନ୍ତି। ହୁମା ଏହି କାମ ପାଇଁ ଲୋକଙ୍କ ସାହାଯ୍ୟ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.