Below header

ସ୍ତନ୍ୟପାନ ବେଳେ କ୍ଷୀର ହେଉନଥିଲେ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ସାଧାରଣତଃ ମା କ୍ଷୀର ଶିଶୁ ପାଇଁ ଅମୃତ ବୋଲି କୁହାଯାଏ । ଯେଉଁ ଶିଶୁ ମା’ର କ୍ଷୀର ଖାଇନଥାଏ ସେମାନେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କାରଣ ଗୋଟିଏ ଶିଶୁ ପାଇଁ ମାର କ୍ଷୀର ବହୁତ ଫାଇଦାମନ୍ଦ ହୋଇଥାଏ । ମାର ପ୍ରଥମ କ୍ଷିର ଶିଶୁକୁ ଜୀବନସାରା ବହୁ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ । କେବଳ ସେତିକି ନୁହେଁ ସ୍ତନ୍ୟପାନ କରାଇବା ଦ୍ଵାରା ମହିଳାମାନେ ବହୁତ ଗମ୍ଭୀର ରୋଗରୁ ନିଜକୁ ବଞ୍ଚେଇ ପାରିବେ ।

ତେବେ ଅନେକ ସମୟରେ ଅଧିକାଂଶ ମହିଳାମାନଙ୍କ ଠାରେ କ୍ଷୀରର ଅଭାବ ଦେଖାଯାଇଥାଏ ଯାହାକି ମା ଓ ଛୁଆଙ୍କ ପାଇଁ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଟିପ୍ସ ଯାହାଦ୍ୱାରା ଆପଣ ପ୍ରାକୃତିକ ଉପାୟରେ ନିଜ ଦେହରେ କ୍ଷୀର ସୃଷ୍ଟି କରିପାରିବେ ।

Try these foods to increase breast milk supply | Parenting News ...

  • ରସୁଣ ଖାଇବା ମା ପାଇଁ ବହୁତ ଭଲ ହୋଇଥାଏ । ଏହା ଖାଇବା ଦ୍ଵାରା କ୍ଷୀର ହେବାର କ୍ଷମତା ବଢିଥାଏ । ରସୁଣକୁ କଞ୍ଚା ଖାଇବା ବଦଳରେ ତାକୁ ରାନ୍ଧିକି ଖାଆନ୍ତୁ । ଯଦି ଆପଣ ନିୟମିତ ଭାବେ ରସୁଣ ଖାଇବେ ତାହେଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
  • ତୁଳସୀ ଓ କଲରା ଦୁଇ ଜିନିଷରେ ଭିଟାମିନ ମିଳିଥାଏ । ଯାହାକୁ ଖାଇବା ଦ୍ଵାରା ସ୍ତନରେ କ୍ଷୀରର ମାତ୍ରା ବଢିଥାଏ । ତୁଳସୀକୁ ମହୁ କି ସୁପ ସହିତ ଖାଇପାରିବେ ନହେଲେ ଚା ସହିତ ମିଶାଇ ପିଇପାରିବେ ।
  • ପାନ ମାଧୁରୀର ସେବନ କରିବା ଦ୍ଵାରା ସ୍ତନରେ କ୍ଷୀର ବୃଦ୍ଧି ହୋଇଥାଏ । ସେଥିପାଇଁ କ୍ଷୀରର ମାତ୍ରା ଠିକ କରିବା ପାଇଁ ପାନ ମାଧୁରୀର ସେବନ କରିପାରିବେ ।
  • ବାଦାମ, କାଜୁ, ଓ ପିସ୍ତା ଭଳି ଶୁଖିଲା ଫଳ କ୍ଷୀର ବଢେଇବାରେ ସାହାର୍ଯ୍ୟ କରିଥାଏ । କେବଳ ସେତିକି ନୁହେଁ ଡ୍ରାଏ ଫ୍ରୁଟସ ଭିଟାମିନ, ମିନେରାଲ ଓ ପ୍ରୋଟିନରେ ଭରପୁର ଥାଏ । ଏହାକୁ କଞ୍ଚା ଖାଇବା ଦ୍ଵାରା ବେଶୀ ଲାଭ ହୋଇଥାଏ । ଏହାବ୍ୟତୀତ ଆପଣ କ୍ଷୀର ସହିତ ମଧ୍ୟ ଏହାକୁ ଖାଇ ପାରିବେ ।
  • ମାନସିକ କିମ୍ବା ଚିନ୍ତିତ, ଚିଡଚିଡା କିମ୍ବା ଉତ୍ତେଜିତ ହୋଇ ରହିଲେ ସାଧାରଣତଃ ସ୍ତନରେ ଦୁଗ୍ଧର ମାତ୍ରା କମିଯାଇଥାଏ । ଏମିତି ହେଲେ ସମୟ ପୂର୍ବରୁ ମା ଙ୍କର କ୍ଷୀର ଶୁଖିଯାଏ ।
  • Breast Milk Information: Types, Content & Nutritional Benefits

ଏହିସବୁ ବ୍ୟତୀତ ଶିଶୁକୁ ସ୍ତନପାନ କରିବା ସମୟରେ ବାରମ୍ବାର ବଦଳେଇବା ଉଚିତ । ଏଥିରେ ଶରୀରରେ କ୍ଷୀରର ଉତ୍ପାଦନ ବଢିଥାଏ । ଏମିତି କରିବା ଦ୍ଵାରା ଶିଶୁ ଠିକସେ କ୍ଷୀର ମଧ୍ୟ ଖାଇପାରିବ । ଗୋଟେ ଥର ସ୍ତନପାନ କରିଲେ କମସେ କମ ଦୁଇରୁ ତିନିଥର ସ୍ତନ ବଦଳାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.