Below header

ଗ୍ରୀନ୍‌ ଟି ଓ ବ୍ଲାକ୍‌ ଟି : ଜାଣନ୍ତୁ ଶରୀର ପାଇଁ କେଉଁଟା ଭଲ, କାହାର ରହିଛି କେଉଁ ଗୁଣ

ଚା’ ଶରୀରରେ ସ୍ଫୁର୍ତ୍ତି ପ୍ରଦାନ କରିଥାଏ । ଆମେ ଯଦି କେତେବେଳେ ମାନ୍ଦା କିମ୍ବା ଅଳସ ଅନୁଭବ କରୁ ପ୍ରଥମେ ଚା’ କପ୍‌ଟି କଥା ମନକୁ ଆସେ । ତେବେ ଜାଣନ୍ତି କି ବ୍ଲାକ୍‌ ଟି ଓ ଗ୍ରୀନ୍‌ ଟି ମଧ୍ୟରେ କେଉଁଟି ଶରୀର ପାଇଁ ଭଲ । ଆମେ ଯେତେବେଳେ କ୍ଲାନ୍ତ ଅନୁଭବ କରୁ ଗୋଟିଏ କପ୍‌ ଚା’ ଆମର ସ୍ଫୁର୍ତ୍ତି ବା ଶକ୍ତି ଦେଇଥାଏ ।

ଏହା ଏକ ମ୍ୟାଜିକ ଡ୍ରିଙ୍କ୍‌ ଭଳି କାମ କରିଥାଏ । ଆମର ଦୈନନ୍ଦୀନ ବ୍ୟବହାରରେ ବିଶେଷକରି ଦୁଇ ପ୍ରକାର ଚା’ ବ୍ୟବହାର ହୋଇଥାଏ । ଉଭୟ ଚା’ ଗଛର ଉପର ଅଂଶରୁ ତିଆରି ହୋଇଥାଏ । ତେବେ ଗ୍ରୀନ ଟି ଓ ବ୍ଲାକ୍‌ ଟି ଉଭୟ ସ୍ୱାସ୍ଥ୍ୟକର ହୋଇ ଥିଲେ ମଧ୍ୟ ଆସନ୍ତୁ ଜାଣିବା କେଉଁଟି ଅଧିକ ଭଲ ।

୧. ଗ୍ରୀନ୍‌ ଟି ର ପ୍ରସ୍ତୁତି : ଗ୍ରୀନ୍‌ ଟି ପ୍ରସ୍ତୁତ କରିବାକୁ ହେଲେ ପତ୍ରଗୁଡିକୁ ସଂଗ୍ରହ କରି ଶୁଖାଇବାକୁ ପଡେ । ତା’ପରେ ତାକୁ ପ୍ୟାନ୍‌ରେ ଫ୍ରାଏ କରି ଗରମ କରାଯାଏ କିମ୍ବା ତୋଳିବା ପରେ ବାମ୍ଫ ଦିଆଯାଏ । ଯାହାଦ୍ୱାରା ପତ୍ରଗୁଡିକୁ ଅକ୍ସିଡାଇଜଡ୍‌ ହେବାରୁ ରକ୍ଷା କରିଥାଏ ଏବଂ ଚା’ର ବାସ୍ନା ଓ ରଙ୍ଗ୍‌ ବଜାୟ ରହିଥାଏ ।

tea-013

୨. ବ୍ଲାକ୍‌ ଟି ର ପ୍ରସ୍ତୁତି : ବ୍ଲାକ୍‌ ଟି ର ପତ୍ରକୁ ତୋଳିବା ପରେ ଏହାକୁ ଶୁଖାଯାଏ ଓ ତା’ପରେ ଏହାକୁ ମୋଡା ଯିବା ସହ ଖଣ୍ଡ କରାଯାଏ । ପରେ ଏହାକୁ ଅକ୍ସିଡାଇଜ୍‌ଡ୍‌ ହେବାକୁ ଛାଡି ଦିଆଯାଏ । ପରେ ପତ୍ରରେ ଥିବା ଏନ୍‌ଜାଇମ୍‌ ଅକ୍ସିଡେସନ୍‌ ହୋଇ ପତ୍ରଗୁଡିକ କଳା ଓ ଧୁଷର ରଙ୍ଗ ହୋଇଥାଏ । ଯାହା ଫଳରେ ଏହାର ବାସ୍ନା ବହୁତ କଡା ହୋଇଥାଏ । ତେଣୁ ଗ୍ରୀନ୍‌ ଟି ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବା ବେଳେ ବ୍ଲାକ ଟି ଫରମେଣ୍ଟେଡ୍‌ ଓ ଅକ୍ସିଡାଇଜ୍‌ଡ୍‌ (ପ୍ରକ୍ରିୟାକରଣ) ହୋଇଥାଏ ।

tea-014

୩. ଗ୍ରୀନ୍‌ ଟି ର ଲାଭ : ଗ୍ରୀନ୍‌ ଟି ଇଜିସିଜିରେ ଭରପୁର ରହିଥାଏ । ଏଥିରେ ଥିବା ଏଣ୍ଟି ଅକ୍ସିଡାଣ୍ଟ ହୃଦରୋଗ ବିରୋଧରେ ଲଢ଼ିଥାଏ । ଗ୍ରୀନ୍‌ ଟି ଶରୀରରୁ ଟକ୍ସିକ୍‌ ପଦାର୍ଥ ବାହାର କରିବା ସହ ଚର୍ମ ଉଜ୍ଜଳ କରିଥାଏ । ଏହା ବ୍ଲାକ ଟି ତୁଳନାରେ କମ୍‌ ଏସିଡିଟି ହୋଇଥାଏ ।

tea-015

୪. ବ୍ଲାକ ଟିର ଲାଭ : ବ୍ଲାକ୍‌ ଟି ରେ ଥିବା ଏମିନୋ ଏସିଡ୍‌ ଏଲ୍‌ ଥିଆନାଇନ୍‌ ଶରୀରକୁ ସ୍ଫୁର୍ତ୍ତି ଦେବା ସହ ଏକାଗ୍ରତା ଆଣିଥାଏ । ହାର୍ଟର ସ୍ୱାସ୍ଥ୍ୟ ପାଇଁ ବ୍ଲାକ ଚା’ ଉପକାରୀ ହୋଇଥିଲେ ମଧ୍ୟ ଏହା ଏସିଡିଟି ସୃଷ୍ଟି କରିଥାଏ । ବ୍ଲାକ ଟିରେ ଥିବା ଥିଆଫ୍ଲାଭିନ୍‌ସ ହାର୍ଟ ଓ ବ୍ଲଡ୍‌ ଭେଷେଲ୍‌(ରକ୍ତ କୋଷ)କୁ ସୂରକ୍ଷା ଦେବା ସହ ବ୍ଲଡ ସୁଗାର ଓ କୋଲେଷ୍ଟରାଲ୍‌ ମାତ୍ରାକୁ କମାଇଥାଏ ।

tea-016

୫. ବ୍ଲାକ୍‌ ଟି ଓ ଗ୍ରୀନ୍‌ ଟିରେ କାଫିନ୍‌ ମାତ୍ରା ଥାଏ : ହେଲେ ବ୍ଲାକ୍‌ ଟି ଅପେକ୍ଷା ଗ୍ରୀନ୍‌ ଟିରେ କମ୍‌ କାଫିନ୍‌ ଥାଏ । ଗୋଟିଏ କପ୍‌ ଗ୍ରୀନ୍‌ ଟି’ ରେ ୨୫ ପ୍ରତିଶତ କାଫିନ୍‌ ଥିବା ବେଳେ ଗୋଟିଏ କପ୍‌ କଫିରେ ୩୩ ପ୍ରତିଶତ କାଫିନ ଥାଏ । କାଫିନ୍‌ ଆମର ନର୍ଭସ୍‌ ସିଷ୍ଟମକୁ ଉତ୍ତେଜିତ କରୁଥିବା ଯୋଗୁ ଏହା ମୁଡ୍‌କୁ ରିଫ୍ରେସ କରିଥାଏ । ତେଣୁ ବ୍ଲାକ ଟି ର ମାତ୍ରାଧିକ ପ୍ରତିକ୍ରିୟା ଥାଏ । ଯେଉଁମାନେ କାଫିନ ଚାହାଁନ୍ତି ସେମାନଙ୍କ ପାଇଁ ବ୍ଲାକ ଟି ଭଲ । ଯଦି ଆପଣ ବେଶୀ କାଫିନ ଚାହାଁନ୍ତି ନାହିଁ ତେବେ ଗ୍ରୀନ୍‌ ଟି ନେଇପାରନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.