Below header

ବାହାଘରକୁ ଅନେକ ଦିନ ହୋଇଗଲାଣି କିନ୍ତୁ ସନ୍ତାନ ସୁଖ ପାଉନାହାଁନ୍ତି, ତେବେ ଏହି ବାସ୍ତୁଦୋଷକୁ କରନ୍ତୁ ଦୂର

ବାସ୍ତୁଶାସ୍ତ୍ରରେ ସନ୍ତାନ ଜନ୍ମର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ଆପଣଙ୍କ ବିବାହ କିଛି ବର୍ଷ ହୋଇଯାଇଥିଲେ ମଧ୍ୟ ସନ୍ତାନ ସୁଖ ପ୍ରାପ୍ତ ହୋଇନଥାଏ ତେବେ ଏଥିପାଇଁ ଶାରୀରିକ ଚିକିତ୍ସା କରିବା ସହ ଘରର ବାସ୍ତୁ ମଧ୍ୟ ନିୟମ ଅନୁସାରେ କରାଗଲେ ସନ୍ତାନ ପ୍ରାପ୍ତିରେ ସହାୟକ ହୋଇଥାଏ।

ବାସ୍ତୁଶାସ୍ତ ଅନୁଯାୟୀ ଘରର ବିଭିନ୍ନ ଦିଗରୁ ପ୍ରାପ୍ତ ଶକ୍ତି କ୍ଷେତ୍ର ସହ ନିର୍ଧାରିତ ହୋଇଥାଏ। ଯଦି ଘରର ଶକ୍ତିକ୍ଷେତ୍ର ପ୍ରକୃତିର ଶକ୍ତିକ୍ଷେତ୍ର ସହ ସାମଞ୍ଜସ୍ୟ ରହିଥାଏ ତେବେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। କିନ୍ତୁ ଯଦି କିଛି ଶକ୍ତିକ୍ଷେତ୍ର ପ୍ରାକୃତିକ ଶକ୍ତିକ୍ଷେତ୍ରର ବିରୋଧ ହୋଇଥାଏ ତେବେ ଜୀବନର ସେହି କ୍ଷେତ୍ରରେ ଅବରୋଧ ଉତ୍ପନ୍ନ ହୋଇଥାଏ। ଏହି ଶକ୍ତିକ୍ଷେତ୍ର ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ଯେପରି ଧନର ସ୍ଥିତି, ସ୍ବାସ୍ଥ୍ୟ ସମସ୍ୟା, ବ୍ୟବସାୟ, ସନ୍ତାନ ଆଦି। ଆଜ୍ଞା ହଁ ଆମେ ବାସ୍ତୁଶାସ୍ତ୍ରର ସେହି ସିଦ୍ଧାନ୍ତ ବିଷୟରେ କହିବାକୁ ଯାଉଛୁ ଯାହା ସନ୍ତାନ ପ୍ରାପ୍ତିରେ ସହାୟକ ହୋଇଥାଏ।

ଘରର ଐଶାନ କୋଣ ବା ଉତ୍ତର-ପୂର୍ବ ଦିଗ ଫାଟ ବା ଉଚା ଥିଲେ କିମ୍ବା ସିଡି ବା ଶୌଚାଳୟ ଆଦି ରହିଥିଲେ ସନ୍ତାନ ସୁଖରେ ବାଧା ଆସିଥାଏ।

ଘରର ମୁଖ୍ୟ ଦ୍ବାର ମଧ୍ୟ ସନ୍ତାନ ପ୍ରାପ୍ତି ଉପରେ ପ୍ରଭାବ ପକାଇଥାଏ। ଘରର ମୁଖ୍ୟ ଦ୍ବାର, ପଶ୍ଚିମର ପୁଷ୍ପଦନ୍ତ ପଦ ବା ଉତ୍ତର ଦିଗର ମୁଖ୍ୟ ପଦ ବା ଉତ୍ତରରେ ସୋମ/କୁବେର ପଦରେ ଖୋଲିବା ଦ୍ବାରା ପୁତ୍ର ସନ୍ତାନ ହେବାର ସମ୍ଭାବନା ବଢିଥାଏ। ଯଦି ଘରର ମୁଖ୍ୟ ଦ୍ବାର ପୂର୍ବ ଦିଗର ପର୍ଜନ୍ୟ ପଦରେ ଖୋଲିଥାଏ ତେବେ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ।

ଶାସ୍ତ୍ରରେ ହରିବଂଶ ପୁରାଣ ଏବଂ ଗୋପାଳ ସନ୍ତାନ ନାମକ ସ୍ତୋତ୍ରର ପାଠ ସନ୍ତାନ ପ୍ରାପ୍ତି ପାଇଁ ଲାଭଦାୟକ ହୋଇଥାଏ। ବାଲ୍ୟ କୃଷ୍ଣଙ୍କୁ ପୂଜା କରିବା ଦ୍ବାରା ମଧ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ ବୃହସ୍ପତି ଗ୍ରହ ସନ୍ତାନର ନୌସର୍ଗିକ କାରକ ହୋଇଥାଏ। ସେହିପରି ସନ୍ତାନ ପ୍ରାପ୍ତି ପାଇଁ ଇଛା ରଖିଥିବା ବ୍ୟକ୍ତି ତାଙ୍କ ଶୋଇବା ଘରେ ହାତୀ ଚିତ୍ର ଲଗାଇବା ଶୁଭ ହୋଇଥାଏ।ଏହା ବ୍ୟତୀତ ପତ୍ନୀ ପତିର ବାମ ଦିଗରେ ଶୋଇବା ଉଚିତ। ଯେଉଁ ନବଦମ୍ପତି ନୂଆ ପରିବାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କ ପାଇଁ ଉତ୍ତର-ପୂର୍ବ ଦିଗରେ ଥିବା କକ୍ଷ ଆଦର୍ଶ ହୋଇଥାଏ। କିନ୍ତୁ ଗର୍ଭଧାରଣ ପରେ ଦମ୍ପତି ଦକ୍ଷିଣ-ପଶ୍ଚିମ ଦିଗରେ ଥିବା କକ୍ଷରେ ରହିବା ଉଚିତ କାରଣ ଦକ୍ଷିଣ-ପଶ୍ଚିମ ଦିଗରେ ଗର୍ଭ ସୁରକ୍ଷିତ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.