ମହିଳା ହେଲ ବୋଲି କଣ ଏମିତି ଫାଇଦା ଉଠାଇବ? ନିଜେ ଧକ୍କା ଦେଇ ଓଲଟି ବସ୍‌ ଡ୍ରାଇଭରଙ୍କୁ ମାଡ ମାରିଲେ ସ୍କୁଟି ଚାଳକ

ସୋସିଆଲ ମିଡିଆରେ ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ମହିଳା ଜଣେ ବସ୍‌ ଚାଳକଙ୍କୁ ବସ୍‌ ଭିତରେ ହିଁ କଲର ଟାଣି ମୁହଁକୁ ମୁହଁ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ମାମଲାର ସତ୍ୟାାସତ୍ୟ ଜଣାପଡିବା ପରେ ଲୋକମାନେ ମହିଳାଙ୍କୁ ସୋସିଆଲ ମିଡିଆରେ ବହୁତ କଥା ଶୁଣାଇଛନ୍ତି। ଏହାସହିତ ଲୋକେ କହୁଛନ୍ତି ଯେ ମହିଳା ହେବାର ଫାଇଦା ଉଠାନ୍ତୁନି।

ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ କହିଛନ୍ତି, ‘ଆଇନକୁ ହାତକୁ ନେବାର ଅଧିକାର ନାହିଁ’। ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ ଜଣେ ମହିଳା ବସରେ ପଶି ଡ୍ରାଇଭରଙ୍କ କଲର ଧରି ମାଡ ମାରୁଥିବାର ନଜର ଆସୁଛନ୍ତି। ମହିଳା ଜଣଙ୍କ ଡ୍ରାଇଭରଙ୍କୁ ସାର୍ଟର କଲର ଧରି ଅଭଦ୍ର ବ୍ୟବହାର କରି ମୁହଁକୁ ମୁହଁ ଚାପୁଡା ଚାପୁଡା ମାଡ ମାରୁଥିବାର ଦେଖିବାକୁ ମିଳୁଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ସୋସିଆଲ ମିଡିଆରେ ନିଜ ପ୍ରତିକ୍ରୀୟା ଦେଖାଇଛନ୍ତି। ମହିଳା ଖାଲି ମାଡ ମାରୁନାହାଁନ୍ତି ଚାଳକଙ୍କୁ ଅଭଦ୍ର ଭାଷାରେ ବହୁତ ଗାଳିଗୁଲଜ ବି କରୁଛନ୍ତି। ତେବେ ଲୋକେ କଣ କହୁଛନ୍ତି ଜାଣିଛନ୍ତି ଏ ପୂରା ମାମଲାରେ ମହିଳାଙ୍କର ହିଁ ସବୁ ଭୁଳ ଥିଲା। ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡାର ଏହି ମହିଳା ଭୁଲ ସାଇଡରେ ସ୍କୁଟି ନେଇ ଯାଉଥିଲେ। ଏହି ସମୟରେ ଏକ ସରକାରୀ ବସ୍‌ ମହିଳାଙ୍କ ପାଖାପାଖି ଆସିଗଲା। ଠିକ ସେତିକିବେଳେ ବସ ସହ ଟକ୍କର ହୋଇଗଲା। ଏହାପରେ ମହିଳା ରାଗରେ ଏକଦମ୍‌ ପାଚିଗଲେ ଆଉ ବସ୍‌ ଭିତରକୁ ଚଢ଼ି ଆସି ଚାଳକଙ୍କୁ ପିଟିବାକୁ ଲାଗିଲେ।

ମହିଳା ଜଣଙ୍କ ଚାଳକଙ୍କ କଳର ଧରି ଧମକ ଦେବା ସହିତ ତାଙ୍କ ଉପରେ ଚିଲ୍ଲାଇ ଗାଲକୁ ଗାଲ ଚାପୁଡା ମାରିଚାଲିଲେ। କିନ୍ତୁ ଆପଣ ଦେଖିପାରୁଥିବେ ଯେ ଚାଳକ ଭାଇ ଜଣଙ୍କ କିଛି ବି ପ୍ରତିରୋଧ କରୁନାହାଁନ୍ତି। କାହିଁକିନା ସେ ଜଣେ ମହିଳା ଥିଲେ। ତେଣୁ ମହିଳା ହେଲେ ବୋଲି କାହାର କଣ ଏପରି ଫାଇଦା ଉଠାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.