Below header

ଦେଶରେ ପ୍ରଥମ : ଦିଲ୍ଲୀ ପୋଲିସ୍‌ରେ ସାମିଲ ହେଲା ମହିଳା ସ୍ୱାଟ୍‌ ଟିମ୍‌

ନୂଆଦିଲ୍ଲୀ : ଦେଶରେ ପ୍ରଥମ । ଦିଲ୍ଲୀ ପୋଲିସ୍‌ରେ ପ୍ରଥମ କରି ଏକ ମହିଳା ସ୍ୱାଟ୍‌ ଟିମ୍‌କୁ ସାମିଲ କରାଯାଇଛି । ଏକ ସ୍ୱତନ୍ତ୍ର ଉତ୍ସବରେ ଗୃହ ମନ୍ତ୍ରୀ ରାଜନାଥ ସିଂହ ଏହି ମହିଳା ଟିମ୍‌କୁ ଆନୁଷ୍ଠାନିକ ଭାବେ ଦିଲ୍ଲୀ ପୋଲିସ୍‌ରେ ସାମିଲ ଘୋଷଣା କରିଛନ୍ତି । ଦେଶ ବିଦେଶରେ ବିଶେଷଜ୍ଞ ଟିମ୍‌ ଦ୍ୱାରା ତାଲିମ ପ୍ରାପ୍ତ ଏହି ଟିମ୍‌ରେ ୩୬ ଜଣ ମହିଳା କନେଷ୍ଟବଳ ଅଛନ୍ତି । ଏମାନେ ସମସ୍ତେ ଦେଶର ଉତ୍ତର-ପୂର୍ବାଞ୍ଚଳରୁ ଚୟନ ହୋଇଛନ୍ତି । ଏଥିରେ ଆସାମରୁ ୧୩ ଜଣ, ମଣିପୁର, ସିକ୍କିମ, ଅରୁଣାଚଳ ପ୍ରଦେଶରୁ ୫ ଜଣ ଲେଖାଏଁ, ମେଘାଳୟରୁ ୪, ନାଗାଲାଣ୍ଡରୁ ୨ ଏବଂ ମିଜୋରାମରୁ ଜଣେ ସାମିଲ ହୋଇଛନ୍ତି । ଦୀର୍ଘ ୧୫ ମାସ ଧରି ଏମାନଙ୍କୁ କଠିନ ତାଲିମ ଦିଆଯାଇଛି । ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଟିମ୍‌ ଗଠନ କରିଛନ୍ତି । ସହରାଞ୍ଚଳରେ ବିଭିନ୍ନ କଠିନ ପରିସ୍ଥିତିର ସାମନା କରିବା ଲାଗି ଏହି ଟିମ୍‌ ଗଠନ ହୋଇଛି । ଆତଙ୍କବାଦୀମାନେ ମହିଳା ‘ଫିଦାୟିନ୍‌’ ବା ଆତ୍ମଘାତୀ ବିସ୍ଫୋରଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବାରୁ ଏହି ମହିଳା ସ୍ୱାଟ୍‌ ଟିମ୍‌ ତାର ମୁକାବିଲା କରିବ । ବିଶେଷ କରି ଦକ୍ଷିଣ ଓ କେନ୍ଦ୍ରୀୟ ଦିଲ୍ଲୀରେ ଏମାନେ ମୁତୟନ ହେବେ । ‘ପରାକ୍ରମ’ ନାମକ ଆଣ୍ଟି ଟେରର ଭ୍ୟାନ୍‌ରେ ମଧ୍ୟ ଏମାନେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.