ରାଜ୍ୟ ସରକାର ଓ ନାବାର୍ଡ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର : ରାଜ୍ୟ ସରକାର ଓ ନାବାର୍ଡ ମଧ୍ୟରେ ଏମ୍‌ଓୟୁ । ଗ୍ରୀନ୍‌ କ୍ଲାଇମେଟ୍‌ ଫଣ୍ଡ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଭୂତଳ ଜଳ ସଂରକ୍ଷଣ ଓ ରିଚାର୍ଜ ନେଇ ନାବାର୍ଡ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ରାଜ୍ୟ ସରକାର । ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହା ପ୍ରଥମ ପ୍ରକଳ୍ପ ହେବ । ଏଥିରେ ୧୫ଟି ଜିଲ୍ଲାରେ ୧୦ ହଜାର ପୋଖରୀ ଖୋଳାଯିବ । ୧ ହଜାର ନଳକୂପ ମଧ୍ୟ ଖୋଳାଯିବ । ଏଥିପାଇଁ ୫ବର୍ଷରେ ଖର୍ଚ୍ଚ ହେବ ୧୧ ଶହ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.