Below header

ORHDC ଋଣ ଦୁର୍ନୀତି ମାମଲା : ଆଇଏଏସ୍ ବିନୋଦ କୁମାର ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କଲେ ଆଇଏଏସ୍‌ ବିନୋଦ କୁମାର ଓ ସହଯୋଗୀ ପୂର୍ଣ୍ଣଚନ୍ଦ୍ର ଦାସ । ଉଭୟଙ୍କ ବିରୋଧରେ ଥିଲା ଜାମିନ ବିହିନ ଗିରଫ ପରଓ୍ଵାନା । ବିଚାର ପରେ ଦଣ୍ଡାଦେଶ ଶୁଣାଇଲେ କୋର୍ଟା ଉଭଙ୍କୁ ୩ବର୍ଷ ଜେଲ ଦଣ୍ଡ ଓ ୨୫ହଜାର ଟଙ୍କା ଲେଖାଁଏ ଜରିମାନ ହୋଇଛିା ଜରିମାନା ନଦେଇ ପାରିଲେ ଅଧିକ ୨ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ନେଇ ତଳ କୋର୍ଟରୁ ନିରାଶ ପରେ ହାଇକୋର୍ଟରୁ ବି ନିରାଶ ହୋଇଛନ୍ତି ବିନୋଦ କୁମାର ।

୧୯୯୯ ମହାବାତ୍ୟା ପରେ ଲୋକଙ୍କୁ ଘର ଯୋଗାଇ ଦେବା ନା’ରେ ORHDCରେ ପଖାପାଖି ୧୫କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ ହୋଇଥିଲା। ସେତେବେଳ ORHDCର ଏମଡି ଥିଲେ ବିନୋଦ କୁମାର । ପରେ ଜଣାପଡିଲା କ୍ଷତିଗ୍ରସ୍ତ ଲୋକଙ୍କ ବଦଳରେ ୨୫ଜଣ ବିଲଡରକୁ ଏହି ଋଣ ଦିଆଯାଇଛି । ବିନା ବନ୍ଧକରେ ଜାଲ୍‌ କାଗଜପତ୍ର ଜରିଆରେ ଏହି ଜାଲିଆତି ହୋଇଥିଲା । ମାଷ୍ଟରମାଇଣ୍ଡ ଥିଲେ ବିନୋଦ କୁମାର । ଏହି ଘଟଣାରେ ମୋଟ୍‌ ୨୪ଟି ମାମଲା ରୁଜୁ ହୋଇଥିଲା। ବିନୋଦଙ୍କ ବିରୋଧରେ ରହିଛି ୨୧ଟି ମାମଲା । ଏ ଘଟଣାକୁ ନେଇ ୨୦୧୧ମସିହାରେ ବିନୋଦଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ବିନୋଦଙ୍କ ସମତେ ସ୍ୱସ୍ତି ରଞ୍ଜନ ମହାପାତ୍ର, ଚିତ୍ତରଞ୍ଜନ ମଲ୍ଲିକ୍‌, ପ୍ରଦୀପ କୁମାର ରାଉତ, ରାଜା ବଲ୍ଲଭ ମୁଦୁଲିଙ୍କୁ ଗିରଫ କରି ଜେଲ ପଠାଇଥିଲା ଭିଜିଲାନ୍ସ । ଜେଲରେ ୩ ମାସ ରହିବା ପରେ ବିନୋଦଙ୍କୁ ମିଳିଥିଲା ଜାମିନ । ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ଏହି ମାମଲାରେ ପୂର୍ବରୁ ୪ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ବିନୋଦ ଓ ଅନ୍ୟମତ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ବିନୋଦଙ୍କ ନୂଆ ଠିକାଣା । ଝାରପଡା ଜେଲ, ସେଲ ନମ୍ବର ୧୮ । ଜେଲରେ ପହଁଞ୍ଚିବା ପରେ ବିନୋଦକୁ ଖାଇବାକୁ ଦିଆଗଲା ମଧ୍ୟାହ୍ନ ଭୋଜନ । ମେନ୍ୟୁରେ ଥିଲା ଭାତ,ରୁଟି, ଡାଲି, ଭେଣ୍ଡି ଭଜା । ଖାଇବା ପରେ ଚୁପଚାପ ଥିଲେ ବିନୋଦ । ଅନ୍ୟ କଏଦୀଙ୍କଠାରୁ ତାଙ୍କୁ ଦୁରେଇ ରଖାଯାଇଛି । ଏ ମାମଲାରେ ସୋମବାର ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.