Below header

ସିନେମା ନୁହେଁ ସତ : ବାଲ୍ ସୁଧାର ଗୃହରେ ୱାର୍ଡେନଙ୍କୁ ଗୁଳି କରି ହତ୍ୟା କଲେ ନାବାଳକ ଅପରାଧୀ

ପାଟନା : ପୂରା ଫିଲ୍ମ ଷ୍ଟାଇଲରେ ଅପରାଧ । ବାଲ୍ ସୁଧାର ଗୃହରେ ଭୟଙ୍କର ଅଘଟଣ ଘଟାଇଲେ ବାଳ ଅପରାଧୀ । ବିହାରର ପାଟନା ଠାରୁ ୩୨୫ କିଲୋମିଟର ଦୂର ପୁର୍ଣ୍ଣିଆ ଟାଉନରେ ଥିବା ଏକ ବାଲ୍ ସୁଧାର ଗୃହରେ ୫ ଜଣ ବାଳ ଅପରାଧୀ ୱାର୍ଡେନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ତା ସହିତ ଆଉ ଜଣେ ୧୭ ବର୍ଷ ବୟସ୍କ ଅନ୍ତେବାସୀକୁ ମଧ୍ୟ ନିର୍ମମ ଭାବେ ମାରି ଦେଇଛନ୍ତି । ସେଠାରେ ଥିବା ୫ ଜଣ ବାଳ ଅପରାଧୀ ଏକାଠି ହୋଇ ଏଭଳି ଭୟଙ୍କର କାଣ୍ଡ ଘଟାଇ ସେଠାରୁ ଚମ୍ପଟ ମାରିଛନ୍ତି । ଏହି ପାଞ୍ଚ ଜଣଙ୍କ ଭିତରୁ ଜଣେ ହେଉଛି ସ୍ଥାନୀୟ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ନେତାଙ୍କ ପୁଅ ।

ଗତ ମଙ୍ଗଳବାର ଦିନ ଜେଲ୍ ୱାର୍ଡେନ ବିଜେନ୍ଦ୍ର କୁମାର ବାଲ୍ ସୁଧାର ଗୃହର ୱାର୍ଡ଼ଗୁଡ଼ିକ ତଦାରଖ କରୁଥିବା ବେଳେ ଏହି ପିଲାମାନେ ନିଶା ପାଇଁ କଫ ସିରପ ଖାଉଥିବା ଜାଣିବାକୁ ପାଇଲେ । ସେମାନଙ୍କ ନିକଟରୁ କଫ ସିରପ ବୋତଲ ମଧ୍ୟ ଉଦ୍ଧାର କରିଥିଲେ । ତେଣୁ ସେମାନଙ୍କୁ ତାଗିଦ କରିଥିଲେ । ଏହା ସହିତ ପିଲାମାନଙ୍କୁ ଅନ୍ୟ ଏକ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ଲାଗି ଜୁଭେନାଇଲ ଜଷ୍ଟିସ୍ ବୋର୍ଡ଼କୁ ନିବେଦନ କରିଥିଲେ । ବୁଧବାର ଦିନ ଏଥିପାଇଁ ଅନୁମତି ମିଳି ଯାଇଥିଲା । ଏକଥା ଜାଣିବା ପରେ ସେହି ୫ ଜଣ ନାବାଳକ ଖୁବ୍ ରାଗି ଯାଇଥିଲେ । ବିଧିବଦ୍ଧ ଯୋଜନା କରି ୱାର୍ଡେନଙ୍କୁ ହତ୍ୟା କରିଥିଲେ ।

ସେହିଭଳି ଅନ୍ୟ ନାବାଳକଟିକୁ ୱାର୍ଡେନଙ୍କ ଗୋଇନ୍ଦା ମନେ କରି ତାକୁ ମଧ୍ୟ ହତ୍ୟା କରିଥିଲେ । ଖସି ପଳାଇବା ବେଳେ ସେମାନେ ବନ୍ଧୁକ ମୁନରେ ବାଲ୍ ସୁଧାର ଗୃହର ଗାର୍ଡ଼କୁ ଧମକାଇ ଗେଟ୍ ଖୋଲିବାକୁ କହିଥିଲେ ବୋଲି ପୋଲିସ୍ କହିଛି । ତେବେ ଏହି ପିଲାମାନେ କିଭଳି ଭାବେ ମାରଣାସ୍ତ୍ର ପାଇଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ୍ ଘଟଣାର ତଦନ୍ତ କରିବା ସହ ଖସି ପଳାଇଥିବା ୫ ଜଣଙ୍କୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.