ଚାରି ଘଂଟାରେ ଦୁଇ କିଲୋ ଓଜନ କମ୍ କଲେ ମେରିକମ୍ ! ଜାଣନ୍ତୁ କେମିତି ଅସମ୍ଭବକୁ କଲେ ସମ୍ଭବ ବିଶ୍ବ ଚାମ୍ପିୟନ୍

ଚାରି ଘଂଟାରେ ଦୁଇ କିଲୋ ଓଜନ କମ୍ କରିବା । ଏହା ଶୁଣିବାକୁ ଯେତିକି ଅଜବ ଏହା ଉପରେ ବିଶ୍ବାସ କରିବା ମଧ୍ୟ ସେତିକି ସହଜ ନୁହେଁ । କିନ୍ତୁ ଏହାକୁ ସତ କରିଦେଖାଇଛନ୍ତି ପାଂଚ ଥର ବିଶ୍ବ ଚାମ୍ପିୟନ୍ ରହିସାରିଥିବା ମହିଳା ବକ୍ସର ଏମସି ମେରିକମ୍ । ଲମ୍ବା ଯାତ୍ରା ପରେ ପୋଲାଣ୍ଡରେ ପହଂଚିଥିବା ମେରିକମ୍ ଥକିଯାଇଥିଲେ ସୁଦ୍ଧା ଏହି ଚ୍ୟାଲେଞ୍ଜକୁ ପୁରା କରିଛନ୍ତି ।

mary komନିକଟରେ ପୋଲାଣ୍ଡର ଗିଲୱାଇସରେ ହୋଇଥିଲା ୧୩ତମ ସିଲେସିୟମ୍ ବକ୍ସିଂ ଟୁର୍ଣ୍ଣାମେଂଟ୍ । ଏଥିରେ ଭାଗ ନେବାପାଇଁ ପହଂଚିଥିଲେ ମେରିକମ୍ । କିନ୍ତୁ ସେଠାରେ ପହଂଚିଥିଲେ ଜାଣିଲେ ତାଙ୍କର ଓଜନ ଦୁଇ କିଲୋ ଅଧିକ ଅଛି । ଆଉ ଟୁର୍ଣ୍ଣାମେଂଟ୍ ପାଇଁ ଓଜନ କମ୍ କରିବାକୁ ତାଙ୍କ ହାତରେ ଥିଲା ମାତ୍ର ଦୁଇ ଘଂଟା । ଜାଣି ଆଶ୍ଚର‌୍ୟ୍ୟ ହେବେ ମେରିକମ୍ ନା କେବଳ ଏହି ଚ୍ୟାଲେଞ୍ଜକୁ ପୁରା କଲେ ବରଂ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । ଏହି ଦୁଇ କିଲୋ ଓଜନ କମ୍ କରିବା ପାଇଁ ଏକ ଘଂଟା ଲଗାତାର ସ୍କିପିଂ କରିଥିଲେ ମେରିକମ୍ ।

ମେରିକମଙ୍କ କହିବା ଅନୁଯାୟୀ, ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ତାହା ପ୍ରାୟ ଖାଲିଥିଲା । ତେଣୁ ଆରାମରେ ଶୋଇପାରିଥିଲେ । ନଚେତ୍ ପୋଲାଣ୍ଡରେ ପହଂଚିବା ପରେ ଅତ୍ୟଧିକ ଥକାପଣ ଯୋଗୁଁ ଏହି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିନଥାନ୍ତେ । ଏହି ଟୁର୍ଣ୍ଣାମେଂଟର ସିନିୟର ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ମେରିକମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.