Below header

ଇଣ୍ଟରମେଡିଏଟ୍‌ ପରୀକ୍ଷାରେ ଫେଲ୍‌ ହେବାରୁ ୯ ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ଆନ୍ଧ୍ରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପରୀକ୍ଷା ଫଳ ବାହାରିବାର ୪୮ ଘଣ୍ଟା ନପୁରୁଣୁ ୯ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଇଣ୍ଟରମେଡିଏଟ୍‌ ପରୀକ୍ଷାରେ ସଫଳ ହୋଇ ପାରି ନଥିବାରୁ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଇଣ୍ଟରମେଡିଏଟ୍‌ ପରୀକ୍ଷାର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିଲା ।

ଆନ୍ଧ୍ରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପରୀକ୍ଷା ଫଳ ବାହାରିବାର ୪୮ ଘଣ୍ଟା ନପୁରୁଣୁ ୯ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଇଣ୍ଟରମେଡିଏଟ୍‌ ପରୀକ୍ଷାରେ ସଫଳ ହୋଇ ପାରି ନଥିବାରୁ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଇଣ୍ଟରମେଡିଏଟ୍‌ ପରୀକ୍ଷାର ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଥିଲା ।

ଏଥିରେ କୃତକାର୍ଯ୍ୟ ନହେବାରୁ ଜଣେ ୧୭ ବର୍ଷ ବୟସ୍କ ଛାତ୍ର ବି. ତରୁଣ ସ୍ରିକାକୁଲମ ଜିଲ୍ଲା ଟେକଲି ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତରୁଣ ସ୍ରିକାକୁଲମ ଜିଲ୍ଲା ଡାଣ୍ଡୁ ଗୋପାଳପୁରମ ଗାଁର ପ୍ରଥମ ବର୍ଷର ଇଣ୍ଟମେଡିଏଟ ଛାତ୍ର ଥିଲେ । ସେ ଅଧିକାଂଶ ବିଷୟରେ ସଫଳ ହୋଇ ନଥିଲେ ।

ସେହିପରି ବିଶାଖାପାଟନମ୍‌ ଜିଲ୍ଲାର ତ୍ରିନାଧପୁରମରେ ରହୁଥିବା ଜଣେ ୧୬ ବର୍ଷର ଝିଅ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏ. ଅଖିଳଶ୍ରୀ ନାମକ ଛାତ୍ରୀ ଜଣକ ଇଣ୍ଟମେଡିଏଟ ପ୍ରଥମ ବର୍ଷ ପରୀକ୍ଷାରେ ଅଧିକାଂଶ ବିଷୟରେ ଫେଲ ହୋଇଥିଲେ ।

ଆଉ ଜଣେ ୧୮ ବର୍ଷର ଛାତ୍ର ବି. ଜଗଦିଶ ନିଜ ଘର କାଞ୍ଚରପାଲେମରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ଚତୋର ଜିଲ୍ଲାର ୧୭ ବର୍ଷର ଛାତ୍ର ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେ ଇଣ୍ଟମେଡିଏଟ ପ୍ରଥମ ବର୍ଷ ପରୀକ୍ଷାରେ ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିଲେ । ଚିତୋର ଜିଲ୍ଲାର ବାବୁ(୧୭) ଦ୍ୱିତୀୟ ବର୍ଷ ଛାତ୍ର ଓ ଅଙ୍କାପାଲିର ଟି.କିରଣ ପ୍ରଥମ ବର୍ଷ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଇଣ୍ଟରମେଡିଏଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ମୋଟ ୧୦ ଲକ୍ଷ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ପ୍ରଥମ ବର୍ଷ ପରୀକ୍ଷାରେ ୬୧ % ଓ ଦ୍ୱିତୀୟ ବର୍ଷ ପରୀକ୍ଷାରେ ୭୨ % ଛାତ୍ରଛାତ୍ରୀ ପାସ କରିଥିଲେ ।

ଏହି ଘଟଣା ଜଣାପଡିବା ପରେ ପୋଲିସ ଓ ବିଭିନ୍ନ ମନସ୍ତତ୍ତ୍ୱବିତମାନେ ଛାତ୍ରଛାତ୍ରୀଙ୍କୁ ହତୋତ୍ସାହିତ ନହୋଇ ପୁଣି ଥରେ ପରୀକ୍ଷା ଦେଇ ସଫଳ ହୋଇପାରିବେ ବୋଲି ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.