ଏଥର ମୋଦିଙ୍କ ‘ମନ୍‌ କି ବାତ୍‌’ ର ୧୦୦ ତମ ଏପିସୋଡ୍‌ ଜାତିସଂଘରୁ ସିଧା ପ୍ରସାରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ କାର୍ଯ୍ୟକ୍ରମ ‘ମନ୍‌ କି ବାତ’ର ୧୦୦ ତମ ଏପିସୋଡର ସିଧା ପ୍ରସାରଣ ଜାତସଂଘ ମୁଖ୍ୟ କାର୍ଯ୍ୟାଳୟରୁ ଏଥର ପ୍ରସାରଣ ହେବାକୁ ଯାଉଛି । ଏହି ଐତିହାସିକ କାର୍ଯ୍ୟକ୍ରମ ୩୦ ଏପ୍ରିଲରେ ଜାତିସଂଘ କାର୍ଯ୍ୟାଳୟରୁ ପ୍ରସାରଣ ହେବାକୁ ଯାଉଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ଜାତିସଂଘ ସ୍ଥାୟୀ ମିଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଟ୍ଵିଟ ଯୋଗେ କୁହାଯାଇଛି ।ଏହି କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ନ୍ୟୁୟର୍କ ସମୟ ରବିବାର ରାତି ୧.୩୦ ବା ଭାରତୀୟ ଟାଇମଏପ୍ରିଲ୍ ୩୦ ଦିନ ୧୧ ଟାରେ ପ୍ରସାରଣ ହେବ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ କାର୍ଯ୍ୟକ୍ରମ ‘ମନ୍‌ କି ବାତ’ର ୧୦୦ ତମ ଏପିସୋଡର ସିଧା ପ୍ରସାରଣ ଜାତସଂଘ ମୁଖ୍ୟ କାର୍ଯ୍ୟାଳୟରୁ ଏଥର ପ୍ରସାରଣ ହେବାକୁ ଯାଉଛି । ଏହି ଐତିହାସିକ କାର୍ଯ୍ୟକ୍ରମ ୩୦ ଏପ୍ରିଲରେ ଜାତିସଂଘ କାର୍ଯ୍ୟାଳୟରୁ ପ୍ରସାରଣ ହେବାକୁ ଯାଉଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ଜାତିସଂଘ ସ୍ଥାୟୀ ମିଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଟ୍ଵିଟ ଯୋଗେ କୁହାଯାଇଛି ।ଏହି କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ନ୍ୟୁୟର୍କ ସମୟ ରବିବାର ରାତି ୧.୩୦ ବା ଭାରତୀୟ ଟାଇମଏପ୍ରିଲ୍ ୩୦ ଦିନ ୧୧ ଟାରେ ପ୍ରସାରଣ ହେବ ।

ପ୍ରକାଶଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ ର ପ୍ରଥମ ଅଧ୍ୟାୟ ୨୦୧୪ ମସିହା ଅକ୍ଟୋବର ୩ ତାରିଖ ବିଜୟା ଦଶମୀରୁ ଆରମ୍ଭ ହୋଇଥିଲା । ଏହା ମାସର ଶେଷ ରବିବାର ଦିନ ୧୧ ଟା ବେଳେ ଦେଶର ସମସ୍ତ ଅଲ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନରେ ଏକ ସଂଗେ ପ୍ରସାରଣ ହୋଇଥାଏ । ଏହାର ପ୍ରଥମ ଅଧ୍ୟାୟ ୧୪ ମିନିଟରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୩୦ ମିନିଟରେ ପହଞ୍ଚିଛି ।

ମନ୍‌ କି ବାତ କାର୍ଯ୍ୟକ୍ରମ ଭାରତର ୨୩ ଟି ଭାଷା ଓ ୨୯ ଟି ଉପଭାଷାରେ ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମ ଜଳବାୟୁ, ପରିବେଶ, ପରିସ୍କାର ପରିଚ୍ଛନ୍ନତା ସହ ବିଭିନ୍ନ ସାମାଜିକ ସମସ୍ୟା ଏପରିକି ପରୀକ୍ଷା ସମ୍ପର୍କୀତ ବିଷୟ ଉପରେ ପର୍ଯ୍ୟବେଶିତ ହୋଇଥାଏ ।