Below header

ଥାନାରେ ଡ୍ୟାନ୍ସ କରି ମହିଳା ପୋଲିସ କର୍ମଚାରୀ କଲେ ‘ଟିକ୍ ଟକ୍’ ଭିଡିଓ, ଭାଇରାଲ ହେବା ପରେ ହେଲେ ସସପେଣ୍ଡ

ଟିକ୍ ଟକ୍ ଏବଂ ପବଜୀ ଆପ୍ ପଛରେ ଭାରତୀୟ ୟୁଜର୍ସ ପାଗଳ ହେଉଛନ୍ତି। ଟିକ୍ ଟକ୍ କରିବା ସଉକରେ ଲୋକେ ନିଜ ଜୀବନ ବି ଦେଇ ଦେଉଛନ୍ତି। ସେହିପରି ପବଜୀ ଚକ୍କରରେ ମଧ୍ୟ ଘରୁ ଖସି ଆସି ଚୋରି କରୁଛନ୍ତି। ଏବେ ଜଣେ ମହିଳା ପୋଲିସ କର୍ମଚାରୀ ଥାନାରେ ଟିକ୍ ଟକ ଭିଡିଓ କରିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ପୂରା ମାମଲା କ’ଣ ରହିଛି।

ଘଟଣାଟି ଘଟିଛି ଗୁଜରାଟର ମେହସାଣା ଜିଲାରେ। ଥାନାରେ ଉକ୍ତ ମହିଳା ପୋଲିସ କର୍ମଚାରୀଙ୍କ ଟିକ୍ ଟକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରି ଦିଆଯାଇଛି।

ଏହାସହ ପଢ଼ନ୍ତୁ: ରେଲୱେ ଟିକେଟ ବୁକ କରିବା ପାଇଁ ଆଉ ଲାଇନରେ ଛିଡ଼ା ହେବାକୁ ପଡ଼ିବନି, ମୋବାଇଲରେ ଏମିତି କରିପାରିବେ ବୁକିଂ

dance arpita

 

ରିପୋର୍ଟ ଅନୁସାରେ, ମହିଳା ପୋଲିସ କର୍ମଚାରୀଙ୍କ ନାମ ଅର୍ପିତା ଚୌଧୁରୀ। ସେ ଥାନା ହାଜତ ପାଖରେ ଛିଡ଼ାହୋଇ ଟିକ୍ ଟକ ଭିଡିଓ ବନେଇଥିଲେ ଏବଂ ତାହାକୁ ଆପରେ ଅପଲୋଡ୍ କରିଥିଲେ। ଭିଡିଓଟି ମେହସାଣାର ଲଗନଜ ପୋଲିସ ଥାନାର। ଭିଡିଓ ଭାଇରାଲ ପରେ ଲୋକେ ଅର୍ପିତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି କରିଥିଲେ। ଏହାପରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ମନଜିତା ବଞ୍ଜାରା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ଅର୍ପିତା ଧରାପଡ଼ିବା ପରେ ନିୟମ ଉଲ୍ଲଂଘନ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଥାଉ କି, ଭାଇରାଲ ଭିଡିଓଟି ୨୦ ଜୁଲାଇର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.