Below header

ଆବୁଧାବିରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ସଂଯୁକ୍ତ ଆରବ ଅମିରାତ(ୟୁଏଇ)ର ରାଜଧାନୀ ଆବୁଧାବିରେ ଶନିବାର ଏକ ପୋଲିସ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସହ ଜଣେ ବେସାମରିକ ଡାକ୍ତର ଓ ଜଣେ ନର୍ସ ପ୍ରାଣ ହରାଇଛନ୍ତି।

ଖବର ଅନୁଯାୟୀ, ଆବୁଧାବି ପୋଲିସ ଟ୍ୱିଟ କରି କହିଛି ଯେ ପାଇଲଟ ପ୍ରଶିକ୍ଷକ ଖାମିସ ସଇଦ ଅଲ-ହୋଲି, ଲେଫ୍ଟନାଣ୍ଟ ପାଇଲଟ ନାସିର ମହମ୍ମଦ ଅଲ-ରସିଦିଙ୍କ ସହ ଡା. ଶାହିଦ ଫାରୁକ ଗୁଲାମ ଓ ନର୍ସ ଜୋଏଲ କ୍ୟୁ ସକାରା ମିଣ୍ଟୋଙ୍କ ମୃତ୍ୟୁ ଘଟିଛି।

ନିଜ ଡାକ୍ତରୀ ଦଳର ଚାରିଜଣ ସଦସ୍ୟଙ୍କ ମୃତ୍ୟୁରେ ଆବୁଧାବି ପୋଲିସ ମୁଖ୍ୟାଳୟ ଶୋକ ପ୍ରକାଶ କରିଛି। ପୋଲିସ କହିଛି ଯେ ଶନିବାର ଡ୍ୟୁଟି ସମୟରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଦୁଇ ପାଇଲଟଙ୍କୁ ୟୁଏଇ ନାଗରିକ ବୋଲି ଚିହ୍ନଟ କରାଯାଇଛି। ତେବେ ଡା. ଗୁଲାମ ଓ ନର୍ସ ମିଣ୍ଟୋଙ୍କ ନାଗରିକତ୍ୱ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.