ମୋଟୁ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା, ଏସ୍‌ଆଇଙ୍କ ବଦଳି

କାଲିମେଳା(କେନ୍ଯୁଜ୍): ଚୋରି ଘଟଣାରେ ପ୍ରଥମେ ବସିଲା କଙ୍ଗାରୁ କୋର୍ଟ । ସମାଧାନ ନହେବାରୁ ପୋଲିସ ନିକଟକୁ ଗଲା ମାମଲା । ଘଟଣର ଫଇସଲା କରିବ କଣ ଓଲଟି ୩ଦିନ ହାଜତରେ ରଖି ପିଟିଲା ଦୁଇ ଯୁବକଙ୍କୁ । ଏଭଳି ଏକ ଅଭାବନୀୟ ଘଟଣ ଘଟିଛି, ମାଲକାନଗିରି ଜିଲ୍ଲାରେ ।

ମୋଟୁ ଥାନାରେ ଚୋରି ମାମଲାରେ ଦୁଇ ଯୁବକଙ୍କୁ ର୍ନିଧୁମ ମାଡ଼। ଏମିତି ମାଡ ମରିଲେଯେ ପୋଲିସ ବାବୁ, ଦୁଇ ଯୁବକନିଜ ଗୋଡ଼ରେ ଛିଡା ହେବାକୁ ବି ସକ୍ଷମ ନଥିଲେ । ତିନି ଦିନ ଧରି ଥାନାରେ ଅଟକ ରଖି ଉଭୟଙ୍କୁ ପ୍ରବଳ ମାଡ଼ ମରାଯାଇଥିବାରୁ ଏବେ ଦୁଇ ଯୁବକ ଗୁରୁତର ହୋଇ ଏମଭି-୭୯ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସୂଚନା ମୁତାବକ, ଗତ କିଛିଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିଲା । ସେହି ଘଟଣାକୁ ନେଇ ଗାଁଲୋକେ ଦୁଇ ଯୁବକଙ୍କୁ ସନ୍ଦେହ କରିଥିଲେ। ଏନେଇ ଗାଁରେ ହୋଇଥିଲା ଖାପ ପଞ୍ଚାୟତ। ଗାଁର ନିଷ୍ପତ୍ତି ଅନୁସାରେ ଏହି ଦୁଇ ଯୁବକ ବିନୋଦ ବିଶ୍ୱାସ ଏବଂ ବିପ୍ଳବ ହାଲଦାରଙ୍କ ନାଁରେ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ବିନା ପ୍ରମାଣ ଆଧାରରେ ପୋଲିସ ଉଭୟଙ୍କୁ ଉଠାଇ ନେଇଥିଲା । ତେବେ ଥାନା ହାଜତରେ ତିନିଦିନ କାଳ ଏହି ଦୁଇ ଯୁବକଙ୍କୁ ର୍ନିଧୁମ ମାଡ଼ ମରାଯାଇଥିଲା ।

ଅପରପକ୍ଷରେ ପୋଲିସ ଉଭୟଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖି ପିଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ଆସିଥିବାରୁ ମାଲକାନଗିରି ଏସ୍‌ଡିପିଓ ମୋଟୁ ଥାନାକୁ ଯାଇ ତଦନ୍ତ କରିଥିଲେ। ତୁରନ୍ତ ଏସ୍‌ଆଇ ସୋମନାଥ ଦଳବେହେରାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିବାକୁ ସୁପାରିସ କରିଥିଲେ। ଯାହାକୁ ଏସ୍‌ପି ଗ୍ରହଣ କରିବାରୁ ଏସ୍‌ଆଇ ଦଳବେହେରାଙ୍କୁ ମୋଟୁ ଥାନାରୁ ହଟାଇ ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.