SBI PO ପଦବୀ ପାଇଁ ୨୦୫୬ ପଦବୀରେ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପ୍ରୋବେସନରୀ ଅଫିସର(PO) ପଦବୀରେ ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ସୂଚନା ମୁତାବକ, ଉକ୍ତ ପଦବୀରେ ନିଯୁକ୍ତି ପାଇଁ ସମୁଦାୟ ୨୦୫୬ ରୁ ଅଧିକ ପଦ ଖାଲି ପଡିଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ୱେବସାଇଟ୍ sbi.co.in ଜରିଆରେ ଅନଲାଇନ୍ ଆବେଦନ କରିପାରିବେ ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୫ ଅକ୍ଟୋବର ୨୦୨୧ ଆରମ୍ଭ ହେଉଥିବା ବେଳେ ୨୫ ଅକ୍ଟୋବରରେ ସମାପ୍ତ ହେବ।

ଶିକ୍ଷାଗତ ଯୋଗ୍ଯତା: ଆବେଦନକାରୀଙ୍କ ପାଖରେ କୌଣସି ମାନ୍ଯତାପ୍ରାପ୍ତ ୟୁନିଭରସିଟିର କୌଣସି ବି ଷ୍ଟ୍ରିମରେ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା : ପଦବୀରେ ଆବେଦନ ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୧ ବର୍ଷରୁ ଅଧିକ ଏବଂ ୩୦ ବର୍ଷରୁ କମ ହୋଇଥିବା ଆବଶ୍ୟକ ।

ଏମିତି କରନ୍ତୁ ଆବେଦନ:

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରଥମେ ଷ୍ଟେଟ ବ୍ଯାଙ୍କର ଅଫିସିଆଲ ୱେବସାଇଟ sbi.co.in କିମ୍ବା ibpsonline.ibps.in କୁ ଯାଆନ୍ତୁ।
ୱେବସାଇଟର ହୋମ ପେଜକୁ ଯାଇ current opening ଲିଙ୍କରେ କ୍ଲିକ କରନ୍ତୁ।

ତା’ ପରେ RECRUITMENT OF PROBATIONARY OFFICERS ADVERTISEMENT NO: CRPD/PO/2021-22/18 ଲିଙ୍କରେ କ୍ଲିକ କରନ୍ତୁ।

ଏବେ Click here for New Registration ଅପସନରେ କ୍ଲିକ କରନ୍ତୁ।

ତା’ରେ ମାଗିଥିବା ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂରଣ କରନ୍ତୁ। ଏଥିରେ ନିଜର ସଂପୂର୍ଣ୍ଣ ବିବରଣୀ ଦେବା ପରେ ରେଜିଷ୍ଟ୍ରସନ ପ୍ରକ୍ରିୟା ପୂରଣ କରନ୍ତୁ।

ଆବେଦନ ପ୍ରକ୍ରିୟା ପୂରଣ ହେବା ପରେ ଆପ୍ଲିକେସନ ଫର୍ମର ଫ୍ରିଣ୍ଟ ନିଶ୍ଚିତ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.