Below header

କାହା ଦଖଲକୁ ଯିବ ହ୍ଵାଇଟ୍‌ ହାଉସ୍‌? ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନ

ଆମେରିକା: ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ୫୦ ରାଜ୍ୟର ମତଦାତା ହ୍ଵାଇଟ୍‌ ହାଉସ୍‌ ପାଇଁ ନିର୍ବାଚନ କରିବେ ନେତା । ରାଷ୍ଟ୍ରପତି ନିର୍ବାଚନ ରଣାଙ୍ଗନାରେ ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍‌ । ସେହିପରି ଉପରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପ୍ରାର୍ଥୀ ମାଇକ୍‌ ପେନ୍‌ସ ଓ ଡେମୋକ୍ରାଟିକ୍‌ ପାର୍ଟିର କମଲା ହାରିସ୍‌ । ଆମେରିକାର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୫୩୮ ସଦସ୍ୟ ବିଶିଷ୍ଟ ଇଲେକ୍‌ଟୋରାଲ କଲେଜ୍‌ ରାଷ୍ଟ୍ରପତି ନିର୍ବାଚନ କରିବେ । ନିଜ ରାଜ୍ୟର ପପୁଲାର ଭୋଟ ବିଜୟୀ ପ୍ରାର୍ଥୀଙ୍କୁ ଭୋଟ ଦେଇଥାନ୍ତି ଏହି ୫୩୮ ପ୍ରତିନିଧି ।

ହ୍ଵାଇଟ୍‌ ହାଉସ୍‌ ଦଖଲ ପାଇଁ ଆବଶ୍ୟକ ୨୭୦ ଭୋଟ । ସର୍ଭେ ରିପୋର୍ଟ ଅନୁସାରେ ଜୋ ବିଡେନ୍‌ ଡ୍ରମ୍ପଙ୍କ ଠାରୁ ଆଗରେ ଅଛନ୍ତି । ୨୦୩ଟି ସ୍ଥାନରେ ଜୋ ବିଡେନ୍‌ଙ୍କ ପଲ୍ଲା ଭାରି ରହିଥିବା ବେଳେ ୧୨୫ଟି ସ୍ଥାନରେ ଟ୍ରମ୍ପଙ୍କ ପଲ୍ଲା ଭାରି ରହିଛି । ୨୧୦ଟି ସ୍ଥାନରେ କଡା ମୁକାବିଲା ହୋଇପାରେ । ଚଳିତ ବର୍ଷ ନିର୍ଦ୍ଧାରିତ ଦିବସଠାରୁ ଆଗୁଆ ମତଦାନ କରାଯାଉଛି । ଭିଡରୁ ବର୍ତ୍ତିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଏହି ପ୍ରକ୍ରିୟାକୁ ଆର୍ଲି ଭୋଟିଂ କୁହାଯାଉଛି । ନିର୍ବାଚନ ଦିନର ଏକ ସପ୍ତାହ ପୂର୍ବରୁ ପ୍ରାୟ ୬.୯୫ କୋଟି ଭୋଟର ଆର୍ଲି ଭୋଟିଂ କରି ସାରିଛନ୍ତି । ଏମାନେ ଇ-ମେଲ୍‌ ବା ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ୍‌ ଦାନ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.