Below header

ସେନାରେ ଭର୍ତ୍ତି ପାଇଁ ଯୁବକଙ୍କୁ ତାଲିମ ଦେଉଛନ୍ତି ଯାଜପୁର ବ୍ରହ୍ମବରଦାର ଅବସରପ୍ରାପ୍ତ ସେନା ଅଧିକାରୀ ଅକତର ହୁସେନ୍, ନିଜର ଅଭିଜ୍ଞତା ଓ ସମୟର କରୁଛନ୍ତି ସଦୁପଯୋଗ

ଯାଜପୁର: ଦୌଡକୁଦ ସାଙ୍ଗକୁ ବ୍ୟୟାମ । ଫିଟନେସ୍‌ ଟିପ୍ସ ଏବଂ ଯୋଗ ସହ ପ୍ରାଣାୟମର ତାଲିମ ଦେଉଛନ୍ତି ଅକତର ହୁସେନ । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଆଜାଦନଗରର ଅବସରପ୍ରାପ୍ତ ସେନା ଅଧିକାରୀ ଅକତର ହୁସେନ ଖାଁ । ପ୍ରତିଦିନ ଭୋରରୁ ଉଠି ବ୍ରହ୍ମବରଦା ଓ ଆଖାପାଖ ଅଂଚଳର ଯୁବକମାନଙ୍କୁ ବିନା ମୂଲ୍ୟରେ ସେନାରେ ଭର୍ତି ପାଇଁ ଦେଉଛନ୍ତି ତାଲିମ । ଶତ୍ରୁର ଇଟାର ଜବାବ କିପରି ପଥରରେ ଦେବାକୁ ହେବ ଯୁବକ ମାନଙ୍କ ମଧ୍ୟରେ ସେ ଶକ୍ତି ଓ ସାହାସ ବଢାଉଛନ୍ତି । ୪୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଏହି ତାଲିମ ଦେଉଛନ୍ତି ଅକତର ।

jajpur୨୦୧୮ରେ ଅବସର ନେବା ପରେ ଗାଁକୁ ଫେରିଥିଲେ ଅକତର । ବୟସ ପ୍ରାୟ ୬୪ ହେବ । ହେଲେ ଏବେ ବି ଯୁବ ସୁଲଭ ତାଙ୍କର ହାବଭାବ । ଚଳଚଂଚଳ ଅନବରତ । ତାଙ୍କ ତାଲିମ ସ୍ଥାନୀୟ ଅଂଚଳର ଯୁବକମାନଙ୍କ ମଧ୍ୟରେ ଆହୁରି ଉତ୍ସାହ ସୃଷ୍ଟି କରିଛି । ତାଙ୍କଠାରୁ ତାଲିମ ପାଇ ବହୁ ଯୁବକ ପୋଲିସ ଓ ସେନାରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । କେବଳ ଚାକିରି ପାଇଁ ତାଲିମ ନୁହେଁ ବରଂ ସମାଜରେ ଜଣେ ଜଣେ ଶୃଙ୍ଖଳିତ ନାଗରିକ ଭାବେ ଠିଆ କରିବା ତାଙ୍କର ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.