Below header

ଅରୁଣାଂଚଳ ପ୍ରଦେଶ ଭାରତର ଅବିଛେଦ ଅଙ୍ଗ; ରାଷ୍ଟ୍ରପତି ରାମନାଥ କୋବିନ୍ଦ

(କେନ୍ୟୁଜ୍):ଅରୁଣାଂଚଳ ପ୍ରଦେଶ ଭାରତର ଅବିଛେଦ ଅଂଗ। ଏହାକୁ ଅଲଗା କରିପାରିବେନି। ୨୦୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆରୁଣାଚଳ ଗସ୍ତ କରିବା ଉପରେ ଚିନ ସରକାର ଆପତ୍ତି ଉଠାଇବା ଘଟଣା ଉପରେ ଭାରତ ସରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ଲୋକସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ। ସେ କହିଛନ୍ତି ଯେ, ଭାରତ ବର୍ଷର ଯେକୌଣସି ସ୍ଥାନକୁ ଯେକୌଣସି ଭାରତୀୟ ନାଗରିକ ଗସ୍ତ କରିପାରିବେ। ୨୦୧୭ ନଭେମ୍ବର ୧୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆରୁଣାଚଳ ଗସ୍ତ କରି ବିଧାନସଭାରେ ଏକ ବକ୍ତବ୍ୟ ରଖିଥିଲେ। ଏହାକୁ ଚୀନ ସରକାର ଆପତ୍ତି ଉଠାଇଥିଲା। ଭାରତ ଓ ଚିନ ମଧ୍ୟରେ ୩ହଜାର ୪ଶହ ୮୮ କିଲୋମିଟର ସୀମାବର୍ତ୍ତି ଅଂଚଳ ରହିଛି। ଅନେକ ସ୍ଥାନରେ ସୀମା ବିବାଦ ଲାଗି ରହିଥିଲା। ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବତ୍‌ର ଏକ ଅଂଶ ବୋଲି ଚୀନ ଦାବି କରୁଥିବା ବେଳେ ଭାରତ ଏହାକୁ ଆକସାଇ ଚାଇନା କହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.