Below header

ହଟାଇ ଦିଆଗଲା ଲାଲୁ ପ୍ରସାଦଙ୍କ କେନ୍ଦ୍ରୀୟ ସୁରକ୍ଷା

(କେନ୍ୟୁଜ୍): ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା କର୍ମୀ ହଟାଇ ଦିଆଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲାଲୁ ପ୍ରାସଦ ଯାଦବଙ୍କୁ ସିଆରପିଏଫ୍‌ର ସୁରକ୍ଷା ଯୋଗାଇ ଦିଆଯାଇଥିଲା। କେବଳ ଲାଲୁ ପ୍ରସାଦ ଯାଦବଙ୍କ ସମେତ ବିହାରର ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି ଓ ଉତ୍ତରପ୍ରଦେଶ ମନ୍ତ୍ରୀ ସୁରେଶ ରାଣାଙ୍କଠାରୁ ମଧ୍ୟ ସିଆର୍‌ପିଏଫ ସୁରକ୍ଷା ହଟାଇ ଦିଆଯାଇଛି। ସେହିପରି ଲୋକ ଜନଶକ୍ତି ପାର୍ଟିର ନେତା ଚିରାଗ ପାଶ୍ୱାନଙ୍କଠାରୁ ମଧ୍ୟ ସିଆର୍‌ପିଏଫ୍‌ ସୁରକ୍ଷା ହଟାଇ ଦିଆଯିବା ସହ ତାଙ୍କର ସୁରକ୍ଷା ୱାଇ କାଟେଗୋରୀକୁ କମାଇ ଦିଆଯାଇଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କଠାରୁ ବ୍ଲାକ କ୍ୟାଟ ସୁରକ୍ଷା ହଟାଇବା ପାଇଁ ନିଷ୍ପତ୍ତି ନିଆଯିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୨ରୁ ଅଖିଲେଶ ଯାଦବଙ୍କୁ କେନ୍ଦ୍ର ସରକାର ଜେଡ୍‌ ପ୍ଲସ ସୁରକ୍ଷା ଦେଇଆସୁଛନ୍ତି। ସେହିପରି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଓ ମାୟାବତୀଙ୍କଠାରୁ ସୁରକ୍ଷା ହଟାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.