ସୂଚନା ଅଧିକାର ଆଇନ୍କୁ ନେଇ ମତ ରଖିଲେ ଆନ୍ନା ହଜାରେ,ଜାଣନ୍ତୁ କଣ କହିଲେ..

ସୂଚନା ଅଧିକାର ସଂଶୋଧିତ ଆଇନ-୨୦୧୯ ଲୋକସଭାରେ ପାରିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସମାଜସେବୀ ଆନ୍ନା ହଜାରେ । ସେ କହିଛନ୍ତି କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କୁ ଧୋକା ଦେଇଛନ୍ତି । ୮୨ବର୍ଷିୟ ଆନ୍ନା କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଏବେ ଠିକ ନାହିଁ । ଯଦି ଲୋକମାନେ ସୂଚନା ଅଧିକାର ସଂଶୋଧିତ ଆଇନ ବିରୋଧରେ ରାସ୍ତାକୁ ଓହ୍ଲାଇବେ ତେବେ ସେ ବି ସେମାନଙ୍କ ସହ ସାମିଲ ହେବେ । ମୁଖ୍ୟ ସୂଚନା କମିଶନର ଓ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ କରିବା ଲାଗି ଆଇନରେ ବ୍ୟବସ୍ଥା ହୋଇଛି। ସେହିପରି ସେକ୍ସନ ୧୬ରେ ସଂଶୋଧନ ଆଣି ରାଜ୍ୟ ସୂଚନା କମିଶନରଙ୍କ କାର୍ଯ୍ୟକାଳ ମଧ୍ୟ ସମାନ ଭାବେ କରିବାକୁ ବ୍ୟବସ୍ଥା ହୋଇଛି। ଏଥିସହ ସେକ୍ସନ ୨୭ରେ ସଂଶୋଧନ କରି ସୂଚନା କମିଶନରଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ ସୁବିଧା କେନ୍ଦ୍ର ସରକାର ସ୍ଥିର କରିବେ ବୋଲି ଆଇନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.