ସମ୍ମାନର ବିଜୟକୁ ନେଇ ଉତ୍ସାହିତ ବିଜେଡି ଶିବିର, ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ବିଜେଡି କାର୍ଯ୍ୟାଳୟରୁ ନବୀନ ନିବାସ, ବିଜେଡି ନେତା ଓ କର୍ମୀଙ୍କ ଯାତ୍ରା। ଦଳୀୟ କର୍ମୀଙ୍କ ଉତ୍ସାହରୁ ବାରି ହୋଇ ପଡୁଥିଲା ପାଟକୁରା ବିଜୟର ଆନନ୍ଦ। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ନବୀନ ନିବାସ ପହଞ୍ଚିଥିଲେ ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ। ପାଟକୁରା ଥିଲା ସମ୍ମାନର ପ୍ରଶ୍ନ। ସେହି ସମ୍ମାନକୁ ରକ୍ଷା କରି ପାରିଛି ଦଳ। ବିଜୟ ପାଇଁ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଆପଣମାନଙ୍କ ସହଯୋଗ ସର୍ବଦା ଗୁରୁତ୍ୱ ବହନ କରେ। ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ

ଆହୁରି ପଢନ୍ତୁ: କେନ୍ଦ୍ର ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଜିଲ୍ଲାରେ ମୋବାଇଲ ନେଟ୍‌ୱାର୍କ ସମସ୍ୟା ବିଷୟରେ କରାଇଲେ ଅବଗତ

ବିଧାନସଭାରେ ବିଜେଡିର ଥିଲା ୧୧୨ ଆସନ। ଏଥିରେ ଯୋଡ଼ି ହେଲା ଆଉ ଏକ। ସଂଖ୍ୟା ଦୃଷ୍ଟିରୁ ଏ ଆସନ ମହତ୍ୱ ନୁହଁ। କିନ୍ତୁ ବିଜୁ ଲିଗାସୀ ପାଇଁ ଏ ଆସନ ଗୁରୁତ୍ୱ ବହନ କରେ। କେନ୍ଦ୍ରପଡ଼ା ବିଜୁଙ୍କ କର୍ମଭୂମି ଥିଲା। ତେଣୁ ନିଜେ ନବୀନ ଯାଇ ପ୍ରଚାର କରିଥିଲେ। କହିଥିଲେ ପାଟକୁରା ଦାୟିତ୍ୱ ମୋର। ଏପ୍ରିଲ-ମେ ସାଧାରଣ ନିର୍ବାଚନରେ କେନ୍ଦ୍ରପଡ଼ା ଲୋକସଭା ଆସନ ସହ ଏହା ଅଧିନରେ ଥିବା ୬ ବିଧାନ ସଭାଆସନ ଜିତିଥିଲା ଦଳ। ଏବେ ପାଟକୁରା କବ୍‌ଜା ପରେ ସାତରୁ ସାତ ହୋଇଗଲା।

୨୦୦୦ ମସିହାରେ, ବିଜୁ ଜନତା ଦଳରୁ ବିଜୟଙ୍କ ବିଦା ପରେ, ନବୀନ ପଟ୍ଟନାୟକଙ୍କ ପାଇଁ ଏ ଆସନ ସବୁ ବେଳେ ସମ୍ମାନର ପ୍ରଶ୍ନ ହୋଇ ରହିଛି। ୨୦୦୪, ୨୦୦୯, ୨୦୧୪ରେ ବିଜେଡି ଜିତିଥିଲା। ଏବେ ପୁଣି ନବୀନଙ୍କ ସମ୍ମାନ ବଞ୍ଚାଇ ରଖିଲା ଦଳ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.