ଦିଲ୍ଲୀର ନାବି କରିମ ଅଞ୍ଚଳରେ ଭୁଶୁଡିଲା ୪ମହଲା ବିଶିଷ୍ଟ ପୁରୁଣା ବିଲ୍ଡିଂ

ଦିଲ୍ଲୀର ନାବି କରିମ ଅଞ୍ଚଳରେ ଭୁଶୁଡିଲା ୪ମହଲା ବିଶିଷ୍ଟ ପୁରୁଣା ବିଲ୍ଡିଂ। ବିଲ୍ଡିଂରେ କେହି ରହୁନଥିବାରୁ ଦୃର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ନାବି କରିମ ସିଙ୍ଘରା ଛକ ନିକଟରେ ଆଜି ସକାଳ ୧୦.୩୦ ସମୟରେ କୋଠାଟି ଭୁଶୁଡିପଡିଥିଲା। ବିଲ୍ଡିଂ ଯେପରି ଭୁଶିଡିଛି, ସେଥିରେ କିଏ ଲୋକ ବସବାସ କରୁଥିଲେ ନିଶ୍ଚିନ୍ତ ରୂପେ ଆହତ ହୋଇଥାନ୍ତେ ବୋଲି କହିଛନ୍ତି ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ। ତେବେ ବିଲ୍ଡିଂ ଭୁଶୁଡିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା କହିଛି ଅଗ୍ନିଶମ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.