ନକ୍ସଲଙ୍କ ପାଇଁ ମୋଦି ସରକାରଙ୍କ କଡା ଆଭିମୁଖ୍ୟ, ଲୋକସଭାରେ ଗୃହୀତ ହେଲା ବେଆଇନ ଗତିବିଧି ନିରୋଧ ସଂଶୋଧନ ଆଇନ-୨୦୧୯

ଲୋକସଭାରେ ଗୃହୀତ ହେଲା ବେଆଇନ ଗତିବିଧି ନିରୋଧ ସଂଶୋଧନ ଆଇନ-୨୦୧୯ । ସଂଶୋଧନ ସପକ୍ଷରେ ୨୮୪ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮ଟି ଭୋଟ ଆସିଥିଲା। ଦେଶ ପାଇଁ କାମ ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ସରକାର ସହୃଦୟତାର ସହ ସହଯୋଗ କରୁଛନ୍ତି। କିନ୍ତୁ ଅର୍ବାନ ନକ୍ସଲମାନଙ୍କୁ କୌଣସି ସ୍ଥଳେ ସମ୍ବେଦନ ପ୍ରଦର୍ଶନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏହା ସହ ଆତଙ୍କବାଦ ଦମନ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ସଂପତ୍ତି ବାଜ୍ୟାପ୍ତି ଭଳି କେତେକ କ୍ଷମତା ଦେବାକୁ ଆଇନରେ ସଂଶୋଧନ ହୋଇଛି।

ଆହୁରି ବଢନ୍ତୁ: କଣ ଏହି ଅନାସ୍ଥା ପ୍ରସ୍ତାବ ଯାହା ଭାଙ୍ଗିଦେଲା କର୍ଣ୍ଣାଟକ ସରକାର ? ଲୋକସଭାରେ ଏପର୍ଯ୍ୟନ୍ତ କେତେ ଥର ହୋଇଛି ଉପସ୍ଥାପନ ?

ଏନୟୁଏପିଏ ଆଇନରେ ସଂଶୋଧନ ନେଇ ଲମ୍ବା ବିତର୍କ ହୋଇଥିଲା। କେନ୍ଦ୍ର ସରକାର ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। କିଏ କ୍ଷମତାରେ ରହିଛି, ତାହା ଆଇନ ଆଗରେ କୌଣସି ଫରକ ପକାଏ ନାହିଁ। ଆତଙ୍କବାଦକୁ ରୋକିବା ପାଇଁ ୧୯୬୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସମୟରେ ଏହି ଆଇନ ଲାଗୁ ହୋଇଥିଲା। ଏଥିରେ ସଂଶୋଧନ ନେଇ ଜୁଲାଇ ୮ରେ ଗୃହମନ୍ତ୍ରୀ ଶାହ ବିଲ ଆଗତ କରିଥିଲେ।

ଆହୁରି ବଢନ୍ତୁ: ଆପଣ ସିଗାରେଟ ଟାଣି ଫିଙ୍ଗି ଦେଉଛନ୍ତି କି ? ଏପରି କରିବା ଦ୍ୱାରା କୁପୋଷିତ ହୁଏ ଗଛ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.