Below header

କଲେଜ ଛାତ୍ରଙ୍କ ଉନ୍ମକ୍ତ କାଣ୍ଡ, ହାତହତିଆର ଧରି ଅଟକାଇଲେ ବସ

(କେନ୍ୟୁଜ୍): ହାତହତିଆର ଧରି ବସକୁ ଅଟକାଇଲେ କଲେଜ ଛାତ୍ର । ବସ ଭିତରକୁ ଯାଇ ଯାତ୍ରୀଙ୍କୁ ଆକ୍ରମଣ କରିବା ଦ୍ୱାରା ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଚେନ୍ନାଇରେ । ବସ ରୁଟ୍‌କୁ ନେଇ ଏଭଳି ଗଣ୍ଡଗୋଳ ହୋଇଛି । କଲେଜ ଛାତ୍ର ବସକୁ ଚଢିବା ପୂର୍ବରୁ ହାତରେ ଥିବା ହତିଆରକୁ ଦେଖି ବସ ଭିତରେ ଆତଙ୍କ ଖେଳିଯାଇଥିଲା । ବସ ଉପରେ ଥିବା ଯାତ୍ରୀ ଡରିକି ଦୌଡିବାକୁ ଲାଗିଲେ । ଯେଉଁମାନେ ଖସିକି ଯାଇପାରିଲେ ନାହିଁ ସେମାନେ ବସ ସିଟ୍‌ ତଳେ ଲୁଚିଯାଇଥିଲେ । ବସ ରୁଟ୍‌କୁ ନେଇ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଆକ୍ରମଣ କରିଥିବା ଛାତ୍ର ଗୋଟିଏ ଗୋଷ୍ଠିର ହୋଇଥିବା ବେଳେ ଆହତ ହୋଇଥିବା ଲୋକ ଅନ୍ୟ ଗୋଟିଏ ଗୋଷ୍ଠିର । ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.