Below header

ଏବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାଁରେ ନାମିତ ହେବ ଅଯୋଧ୍ୟାର ବିମାନବନ୍ଦର, ଯୋଗୀ ସରକାରଙ୍କ ଗ୍ରୀନ୍‌ ସିଗ୍‌ନାଲ

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ନାଁରେ ନାମିତ ହେବାକୁ ଯାଉଛି ଅଯୋଧ୍ୟାର ବିମାନବନ୍ଦର। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ଅଯୋଧ୍ୟା ଜିଲ୍ଲାସ୍ଥିତ ବିମାନବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିମାନବନ୍ଦର ରଖିବା ପ୍ରସ୍ତାବକୁ ମଙ୍ଗଳବାର ସ୍ୱୀକୃତି ପ୍ରଦାନ କରିଛନ୍ତି।

ଏହି ବୈଠକରେ ମନ୍ତ୍ରୀ ପରିଷଦ ଅଧିସୂଚିତ ମଣ୍ଡିରେ ମଣ୍ଡି ଶୁଳ୍କର ବର୍ତ୍ତମାନ ଦରକୁ ଦୁଇ ପ୍ରତିଶତ କମାଇ ଏକ ପ୍ରତିଶତ ଏବଂ ବିକାଶ ଶୁଳ୍କ ୦.୫୦ ପ୍ରତିଶତକୁ ପୂର୍ବବତ୍‌ ରଖିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି କୃଷି ଉତ୍ପାଦ, ବ୍ୟାପାର ଓ ବାଣିଜ୍ୟ ଅଧିନିୟମ ୨୦୨୦ ଅନୁସାରେ ମଣ୍ଡି ଶୁଳ୍କକୁ କମ୍‌ କରିବାକୁ ନିଆଯାଇଛି।

ରାଜ୍ୟ ସରକାରଙ୍କ ଜଣେ ପ୍ରବକ୍ତା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ମନ୍ତ୍ରୀ ପରିଷଦ ଉତ୍ତର ପ୍ରଦେଶ ରାଜ୍ୟ ନ୍ୟାୟାଳୟ ଭିଡିଓ କନ୍‌ଫରେନ୍ସ ନିୟମାବଳୀ, ୨୦୨୦ର ଘୋଷଣା ପତ୍ରର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.