Below header

ଏମିତି ଏକ ଏୟାରଲାଇନ୍ସ ଯେଉଁଠି ବିକିନି ପିନ୍ଧି ସେବା ଯୋଗାଉଥିଲେ ଏୟାର ହୋଷ୍ଟେସ୍‌, ଜାଣନ୍ତୁ ପରେ କ’ଣ ହେଲା

ନୂଆଦିଲ୍ଲୀ: ବିକିନି ପିନ୍ଧି ଉଡ଼ାଜାହାଜରେ ସେବା ଯୋଗାଉଥିଲେ ଏୟାରହୋଷ୍ଟେସ୍‌। ଠିକ୍‌ ପଢ଼ିଲେ ଆପଣ। ସାଧାରଣ ଏୟାର ହୋଷ୍ଟେସ୍‌ ନୁହେଁ, ବିକିନି ପିନ୍ଧା ଯୁବତୀ ଯାତ୍ରୀଙ୍କୁ ଆକର୍ଷଣୀୟ ଢଙ୍ଗରେ କରୁଥିଲେ ସ୍ୱାଗତ। କେବଳ ସ୍ୱାଗତ ନୁହେଁ, ଉତ୍ତେଜନ ଡ୍ୟାନ୍ସ କରି ମନୋରଞ୍ଜନ ମଧ୍ୟ କରୁଥିଲେ।

bikini

ଆଶ୍ଚର୍ଯ୍ୟ ହେବେ ଯେ, ଏକ ପ୍ରାଇଭେଟ୍‌ ଏୟାରଲାଇନ୍‌ ଏଭଳି ସେବା ଯୋଗାଇ ଆସୁଥିଲା। ଏୟାରଲାଇନ୍‌ର ବିଜ୍ଞାପନରେ ମଧ୍ୟ ଟୁ ପିସ୍‌ ସୁଇମିଂ ସୁଟ୍‌ ବା ବିକିନି ପିନ୍ଧି ତରୁଣୀମାନେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି ଏୟାରଲାଇନ୍ସ ଖୁବ୍‌ କମ୍‌ ଦିନରେ ଗ୍ରାହକ ସଂଖ୍ୟା ବୃଦ୍ଧି କରି ଲୋକପ୍ରିୟତା ହାସଲ କରିଥିଲା। ଆଉ ଏହା ପଛରେ କାରଣ ଥିଲା ଉତ୍ତେଜକ ବିଜ୍ଞାପନ ଓ ବିକିନିରେ ସେବା ଯୋଗାଉଥିବା ମହିଳା କର୍ମଚାରୀ।

ଏହାସହ ପଢ଼ନ୍ତୁ: ବର ପାଇଁ କନ୍ୟା ଘରର ସର୍ତ୍ତ, ଆମ ଝିଅକୁ ବାହା ହେବ ତ ଏଇ କାମ କର

ଭିଏତନାମର ୪୬ ବର୍ଷୀୟା କୋଟିପତି ମହିଳା ନଗୁମେନ୍‌ ଥୀ ଫୁଙ୍ଗ୍‌ ଥାଓ ଏହି ଏୟାରଲାଇନ୍ସ ଆରମ୍ଭ କରିଥିଲେ। ୨୦୧୧ ମସିହା ଖ୍ରୀଷ୍ଟମାସ୍‌ ବେଳେ ଏହାର ଉଦ୍‌ଘାଟନ୍‌ ହୋଇଥିଲା। ପ୍ରଥମରୁ ହିଁ କମ୍ପାନୀ ନିଜ ବିଜ୍ଞାପନରେ ସୁନ୍ଦରୀ ଯୁବତୀଙ୍କୁ ବିକିନିରେ ଉପସ୍ଥାପିତ କରିଥିଲା। ଫଳରେ ଆଶାତୀତ ଭାବେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି ପାଇଥିଲା। କମ୍ପାନୀର ପ୍ରକୃତ ନାମ ଭିଏତ୍‌ ଏୟାରଲାଇନ୍ସ ରହିଥିବା ବେଳେ ବିିକିନି ଏୟାରଲାଇନ୍ସ ଭାବେ ଏହା ଲୋକପ୍ରିୟ। ଏୟାରଲାଇନ୍ସ ତରଫରୁ ପ୍ରତିବର୍ଷ ଏୟାର ହୋଷ୍ଟେସ୍‌ଙ୍କ ଏକ କ୍ୟାଲେଣ୍ଡର ମଧ୍ୟ ପ୍ରକାଶିତ ହୁଏ। ଯେଉଁଥିରେ ସେମାନେ ବିକିନିରେ ନଜର ଆସିଥାନ୍ତି।

ତେବେ ଏୟାର ହୋଷ୍ଟେସ୍‌ଙ୍କ ଏଭଳି ଅର୍ଦ୍ଧନଗ୍ନ ପୋଷାକକୁ ପ୍ରବଳ ବିରୋଧ ହେବା ପରେ କମ୍ପାନୀକୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିଥିଲା। ପରେ ଏୟାର ହୋଷ୍ଟେସ୍‌ମାନେ ଅନ୍ୟ ବିମାନର ପରିଚାରିକାଙ୍କ ଭଳି ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ। ତଥାପି ପ୍ରାୟ ବର୍ଷେ କାଳ ସେମାନେ ବିକିନିରେ ସେବା ଯୋଗାଇଥିଲେ। ତେବେ ଏହି ବିକିନି ଏୟାରଲାଇନ୍ସ ସିଙ୍ଗାପୁର, କୋରିଆ, ତାଇବାନ୍‌, ଚୀନ୍‌, ମିଆଁମାର, ମାଲେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ ଆଦି ଦେଶରେ ସେବା ଯୋଗାଇଆସୁଛି। ଏବେ ଭାରତରେ ଏହି ଏୟାରଲାଇନ୍ସ ସେବା ଯୋଗାଇବ। ପ୍ରାରମ୍ଭିକ ଭାବେ ନୂଆଦିଲ୍ଲୀରୁ ହୋ ଚି ମିନ୍ହ ଯାଏଁ ଏହା ଉଡ଼ାଣ ଭରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.