ଧାମନଗର: ସ୍କୁଲ କମିଟି ଗଠନରେ ଅନିୟମିତତା ଅଭିଯୋଗ, ପ୍ରତିବାଦରେ ତାଲା ପକାଇଲେ ଅଭିଭାବକ

ସ୍କୁଲ କମିଟି ଗଠନରେ ଅନିୟମିତତା ଅଭିଯୋଗରେ ତାଲା। ସ୍କୁଲ ପରିଚାଳନା କମିଟି ଗଠନକୁ ବିରୋଧ ସହ, ନୂତନ କମିଟି ଗଠନ ଦାବିରେ ଧାମନଗର ବ୍ଲକ ବାଙ୍କସାହି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମନମୁଖୀ କାର୍ଯ୍ୟକଳାପ ଚଳାଇବା ସହ ସ୍କୁଲ ପରିଚାଳନା କମିଟି ଗଠନ ବେଳେ ଅଧିକାଂଶ ଅଭିଭାବକଙ୍କୁ ଡାକିନଥିଲେ। ରାଜନୈତିକ ବ୍ୟକ୍ତିଙ୍କୁ ନେଇ କମିଟି ଗଠନ କରାଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏସଂପର୍କରେ ଧାମନଗର ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଥିଲା। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ତାଲା ପକାଇଛନ୍ତି ଅଭିଭାବକ । ଧାରଣାରତ ଅଭିଭାବକଙ୍କୁ ଧୁଷୁରୀ ଥାନା ଏଏସ୍ଆଇ ବୁଝାସୁଝା କରି ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ସ୍କୁଲରୁ ତାଲା ଫିଟାଇଥିଲେ ଅଭିଭାବକ।