ସେପଟେମ୍ବର ୧୪ରେ ହେବ ଓଡିଶା କ୍ରିକେଟ ଆସୋସିଏନର ନିର୍ବାଚନ, ବାରବାଟିରେ ପ୍ରାକ୍‌ ପ୍ରସ୍ତୁତି କରୁଛନ୍ତି ବିସିସିଆଇ ନିର୍ବାଚନ ଅଧିକାରୀ

ସେପଟେମ୍ବର ୧୪ରେ ହେବ ଓଡିଶା କ୍ରିକେଟ ଆସୋସିଏନର ନିର୍ବାଚନ । ନିର୍ବାଚନ ଅଧିକାରୀ ଭାବେ ବିସିସିଆଇ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସକ ମଖନଲାଲ ମଜୁମଦାର ବାରବାଟୀ ଆସି ନିର୍ବାଚନର ପ୍ରାକ୍‌ ପ୍ରସ୍ତୁତି କରୁଛନ୍ତି । ନିର୍ବାଚନରୁ କିଛି ନୂତନ ସଦସ୍ୟ ବାଦ୍‌ ପଡ଼ିବା ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ ।  ମାଖନଲାଲ କହିଛନ୍ତି, ଓଡିଶା କ୍ରିକେଟ ଆସୋସିଏସନରେ ସଦସ୍ୟ ଅନ୍ତର୍ଭୃକ୍ତ କରାଯିବା ବା ସଦସ୍ୟ ପଦରୁ ବିତାଡିତ କରିବା ନିର୍ବାଚନ ଅଧିକାରୀଙ୍କ କାମ ନୁହେଁ । ସଦସ୍ୟତା ନେଇ କ୍ରିକେଟ ଆସୋସିଏସନ ନିଷ୍ପତ୍ତି ନେବ । ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଅଫ ଆଡମିନିଷ୍ଟ୍ରେଟର ନିଯୁକ୍ତ ହୋଇଛନ୍ତି । ସେମାନେ ସବୁ ପ୍ରସଙ୍ଗର ତଦାରଖ କରୁଛନ୍ତି । ଓସିଏର ସଦସ୍ୟ ନେଇ ମଧ୍ୟ ସମସ୍ତ ନିୟମ ରହିଛି । ନିର୍ବାଚନ ପୂର୍ବରୁ ଭୋଟଦାତାଙ୍କ ତାଲିକା ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଓସିଏର ୭୩ ଜଣିଆ ସଦସ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ଓ ପାରଦୀପ ପୋର୍ଟ ଟ୍ରଷ୍ଟ ରହିଛି। ଆଜି ଏହି ଦୁଇ ସଦସ୍ୟଙ୍କ କର୍ମକର୍ତ୍ତା ଓସିଏ ନିର୍ବାଚନ ଅଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କ୍ରିକେଟର ରାଜନୀତିକରଣ ନ କରିବାକୁ ଏହି ଦୁଇ ଅନୁଷ୍ଠାନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.