Below header

ଫଟୋଶୁଟ୍ ଆଳରେ ଅଶ୍ଳୀଳ ଆଚରଣ: ୧୭ ବର୍ଷୀୟା ଝିଅକୁ ଜବରଦସ୍ତ ବିକିନୀ ପିନ୍ଧାଇଲେ ଏହି ଅଭିନେତା

ଜଣେ ମରାଠି ଅଭିନେତା ତଥା ନିର୍ଦ୍ଦେଶକ ମନ୍ଦାର କୁଲକର୍ଣ୍ଣୀ ୧୭ ବର୍ଷୀୟା ଜଣେ ଝିଅ ସହିତ ଅଶ୍ଳୀଳ ଆଚରଣ କରିଛନ୍ତି। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିନେଇଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ଫଟୋଶୁଟ୍ ନାମରେ ଏହି ଅଭିନେତା ଝିଅକୁ ବିକିନୀ ପିନ୍ଧିବାକୁ ବାଧ୍ୟ କରିଥିଲେ।

୨୩ ଅଗଷ୍ଟରେ ମନ୍ଦାରଙ୍କୁ ଗିରଫ କରାଯାଇଥିଲା। ସେ କିଛି ଫିଲ୍ମ ସହ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ଏହାସହିତ ନିଜେ ମଧ୍ୟ ଏକ ଆକ୍ଟିଙ୍ଗ୍ କ୍ଲାସ୍ ଚଲାଉଛନ୍ତି। ପୀଡ଼ିତା ଜଣକ ମନ୍ଦାରଙ୍କୁ ଏକ କ୍ଲାସରେ ଭେଟିଥିଲେ। ଏହାପରେ ସେ ଝିଅଟି ସହିତ କଥାବାର୍ତ୍ତା ଆରମ୍ଭ କରି ଧୀରେ ଧୀରେ ତାଙ୍କୁ ଜାଲରେ ଫସାଇଥିଲେ।

ଏହାସହ ପଢନ୍ତୁ: ବନ୍ଦ ହେଲା ସୁପରଷ୍ଟାର ସଲମାନ ଏବଂ ଆଲିୟାଙ୍କ ‘ଇନସାଲ୍ଲା’ ଫିଲ୍ମ, ଜାଣନ୍ତୁ କାହିଁକି ?

ମନ୍ଦାର ତାଙ୍କୁ ଫଟୋଶୁଟ୍ କଥା କହି ଅଗଷ୍ଟ ୬ରେ ନିଜ ଘରକୁ ଡାକିଥିଲେ। ଯେତେବେଳେ ସେ ତାଙ୍କ ଘରେ ପହଞ୍ଚିଥିଲେ, ମନ୍ଦାର ତାଙ୍କୁ କିଛି କପଡ଼ା ପିନ୍ଧିବାକୁ ଦେଇଥିଲେ ଆଉ କହିଥିଲେ, ଏଥିରେ ତାଙ୍କର ଫଟୋଶୁଟ୍ କରାଯିବ। ଅଭିନେତା ଜଣକ ଅଲଗା ଅଲଗା କପଡ଼ା ଦେବା ପରେ ଶେଷରେ ଏକ ବିକିନୀ ପିନ୍ଧିବାକୁ ଦେଇଥିଲେ। ଏହା ଦେଖି ପୀଡ଼ିତା ସଙ୍କୋଚ ଅନୁଭବ କରିଥିଲେ। କିନ୍ତୁ ମନ୍ଦାର ତାଙ୍କୁ ବାଧ୍ୟ କରିବାରୁ ସେ ବିକିନୀ ପିନ୍ଧି ଫଟୋଶୁଟ୍ ପାଇଁ ଆସିଥିଲେ। ଆଉ ଏହି ସୁଯୋଗରେ ଅଭିନେତା ତାଙ୍କୁ ଅଶ୍ଳୀଳ ଢଙ୍ଗରେ ଶରୀରର ଅନେକ ସମ୍ବେଦନଶୀଳ ସ୍ଥାନକୁ ଛୁଇଁବାକୁ ଲାଗିଲେ।

ତେବେ ପୀଡ଼ିତା ଜଣକ କୌଣସିମତେ ସେଠାରୁ ନିଜକୁ ବଞ୍ଚାଇ ପଳାଇ ଆସିଥିଲେ। ପରେ ଏ ନେଇ ପୋଲିସ ଆଗରେ ଅଭିଯୋଗ କରିଥିଲେ। ପୋଲିସ ଆଇପିସି ଦଫା ୩୫୪ ଅନୁଯାୟୀ, ମନ୍ଦାରଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.