ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏକ ରହସ୍ୟମୟୀ ଗ୍ରହ, ଜାଣନ୍ତୁ ଜୀବନରେ ରାହୁର ଶୁଭ ଏବଂ ଅଶୁଭ ପ୍ରଭାବ

ନଅଟି ଗ୍ରହ ମଧ୍ୟରେ ରାହୁ ଏକ ଗ୍ରହ ଅଟେ । ରାହୁକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ଗ୍ରହ ବୋଲି କୁହାଯାଇଥାଏ । କୁଣ୍ଡଳୀରେ ରାହୁର ପ୍ରଭାବ ରହିଲେ ଜୀବନରେ ଅନେକ ପ୍ରକାରର ଦୁଃଖ କଷ୍ଟ ଆସିଥାଏ ବୋଲି କୁହାଯାଇଥାଏ । କିନ୍ତୁ ବେଳେବେଳେ ରାହୁ ମଣିଷର ଭାଗ୍ୟ ମଧ୍ୟ ବଦଳାଇ ଦେଇଥାଏ । ଆସନ୍ତୁ ଜାଣିବା ରହୁ ବିଷୟରେ କିଛି ଅଜଣା କଥା …
ରାହୁର ଶୁଭ ପ୍ରଭାବ
୧- ଜାତକର କୁଣ୍ଡଳୀରେ ରାହୁର ଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତି ଅଧିକ ସମ୍ମାନ ପ୍ରାପ୍ତି କରିଥାଏ, ଏହା ରାହୁର ଉପସ୍ଥିତିରେ ହୋଇଥାଏ ବୋଲି କୁହାଯାଇଥାଏ
୨- ରାହୁର ଶୁଭଦୃଷ୍ଟି ଜାତକ ଉପରେ ରହିଲେ ବ୍ୟକ୍ତି ବିଦେଶ ଯାତ୍ରା କରିଥାଏ
୩- କୁଣ୍ଡଳୀରେ ରାହୁର ଶୁଭ ପ୍ରଭାବ ବ୍ୟକ୍ତିକୁ ରାଜନୀତିରେ ବହୁତ ଉଚ୍ଚ ସ୍ଥାନକୁ ନେଇ ଯାଇଥାଏ
୪- ରାହୁର ଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତି ଯେତେ ପରିଶ୍ରମ କଲେ ମଧ୍ୟ ଥକେ ନାହିଁ
୫- ରାହୁର ଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତି ଅଚାନକ ଧନପ୍ରାପ୍ତି ହୋଇଥାଏ
ରାହୁର ଅଶୁଭ ପ୍ରଭାବ
୧- ରାହୁର ଅଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତିଙ୍କୁ ଅପମାନର ଦଣ୍ଡ ଭୋଗିବାକୁ ପଡିଥାଏ
୨- ରାହୁର ଅଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତିଙ୍କୁ କୌଣସି କାମରେ ସଫଳତା ମିଳେ ନାହିଁ
୩- ଯେବେ କୁଣ୍ଡଳୀରେ ରାହୁର ଅଶୁଭ ପ୍ରଭାବ ପଡେ ସେତେବେଳେ ବ୍ୟକ୍ତି ନିଶା କବଳରେ ପଡି ଯାଇଥାଏ
୪- ରହୁ ରାଜନୀତିକୁ ତ ନେଇଯାଇଥାଏ କିନ୍ତୁ ବଦନାମୀର କାରଣ ମଧ୍ୟ ଏହି ଗ୍ରହ ହୋଇଥାଏ
୫- ରାହୁର ଅଶୁଭ ପ୍ରଭାବ ଦ୍ୱାରା ବ୍ୟକ୍ତିର ବ୍ୟବହାର ଏବଂ ନୈତିକତାରେ ପରିବର୍ତ୍ତନ ଆସିଥାଏ ଏବଂ ସେ ଦିନକୁ ଦିନ ତଳକୁ ଖସି ଯାଇଥାଏ