Below header

ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କଂଗ୍ରେସ ଉପରେ ବଡ଼ ପ୍ରହାର, କ’ଣ ପାଇଁ ରାଜୀବ ଗାନ୍ଧି ଫାଉଣ୍ଡେସନ୍‌କୁ ଚୀନ୍‌ ଦେଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ : ରାଜୀବ ଗାନ୍ଧି ଫାଉଣ୍ଡେସନ୍‌କୁ ଚୀନ୍‌ ଦେଇଛି କୋଟି କୋଟି ଟଙ୍କା । ଏପରି ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ଅଧ୍ୟକ୍ଷ ଜେ.ପି ନଡ୍ଡା । ମଧ୍ୟପ୍ରଦେଶ ଭର୍ଚୁଆଲ୍‌ ଜନ ସମ୍ପର୍କ ର‍୍ୟାଲିରେ ଏହା କହି କଂଗ୍ରେସ ଉପରେ ଜୋର୍‌ଦାର୍‌ ଆକ୍ରମଣ କରିଛନ୍ତି ବିଜେପିର ଜେ.ପି ନଡ୍ଡା । ଦେଶ ଯେତେବେଳେ ସଙ୍କଟ ମଧ୍ୟରେ ଗତି କରିଛି ବିଜେପି ସେବେ ଦେଶ ସହ ରହିଛି ।

କିନ୍ତୁ ଆଜି ଯେତେବେଳେ ଦେଶ ସଂକଟ ଦେଇ ଗତି କରୁଛି କଂଗ୍ରେସ କେବଳ ଦେଶକୁ ବଦନାମ୍‌ କରୁଛି । ଶ୍ରୀ ନଡ୍ଡା ଆହୁରି କହିଛନ୍ତି ଯେ କଂଗ୍ରେସ କେବେ କହୁଛି ଲକ୍‌ଡାଉନ୍‌ କାହିଁକି ଲଗାଉଛ ପୁଣି କେତେବେଳେ କହୁଛି ଲକ୍‌ଡାଉନ୍‌ କାହିଁକି ଉଠାଉଛ । ପୁଣି କହୁଛି ରୋଡ୍‌ ମ୍ୟାପ୍‌ କାହିଁ । ପୁଣି କହୁଛି ମୋଦିଜୀଙ୍କ ରୋଡ୍‌ ମ୍ୟାପ୍‌ରେ ଦେଶ ଆତ୍ମନିର୍ଭର ଦିଗକୁ ଗତି କରୁଛି ।

nadda

ତେବେ ଆପଣମାନେ ଠିକ୍‌ କରନ୍ତୁ କଂଗ୍ରେସର ରୋଡ୍‌ ମ୍ୟାପ୍‌ କ’ଣ ? କଂଗ୍ରେସ ବାସ୍ତବରେ କ’ଣ କହିବାକୁ ଚାହୁଁଛି । ଏପରି କହି ଶ୍ରୀ ନଡ୍ଡା କଂଗ୍ରେସ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । ୨୦୧୭ରେ ଯେତେବେଳେ ଭାରତର ଚୀନ୍‌ ସହ ସମ୍ପର୍କରେ ତିକ୍ତତା ଦେଖାଯାଇଥିଲା ସେତେବେଳେ ରାହୁଳ ଗାନ୍ଧି ଚୀନ୍‌ ରାଜଦୂତଙ୍କ ସହ ଗୋପନରେ ମିଶୁଥିଲେ ।

BJP NADDA

ଆଜି ଏକଥା ଜାଣି ମୁଁ ଚକିତ ଯେ ୨୦୦୫-୦୬ରେ ଚୀନ୍‌ ଏବଂ ତା’ର ଏଜେନ୍ସି ରାଜୀବ ଗାନ୍ଧି ଫାଉଣ୍ଡେସନ୍‌କୁ ୩୦୦ ହଜାର କୋଟି ଆମେରିକୀୟ ଡଲାର ଦେଇଛି । ଏହା ହେଉଛି ଚୀନ୍‌ ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାବଣା । ଚୀନ୍‌ କ’ଣ ପାଇଁ କଂଗ୍ରେସକୁ ଏତେ ମୋଟା ଅଙ୍କର ଅର୍ଥ ଦେଇଛି ତା’ହା ଦେଶ ଜାଣିବାକୁ ଚାହୁଁଛି ବୋଲି କହିଛନ୍ତି ଶ୍ରୀ ଜେପି ନଡ୍ଡା । ଏମାନେ ଚୀନ୍‌ ଠାରୁ ଅର୍ଥ ନିଅନ୍ତି ଓ ଯାହା ଦେଶ ପାଇଁ ହିତ ନୁହେଁ ସେ ଉପରେ ଦେଶରେ ବାତାବରଣ ସୃଷ୍ଟି କରନ୍ତି ।

rahul-0

ଆଜି କଂଗ୍ରେସ ଚୀନ୍‌ ସପକ୍ଷରେ ଏମିତି ଠିଆ ହୋଇଛି ଯେ ସତେ ଯେପରି କଂଗ୍ରେସ ଚୀନ୍‌ର ଏକ ପ୍ରହରୀ ବୋଲି କହିଛନ୍ତି ଶ୍ରୀ ନଡ୍ଡା । ଗୋଟିଏ ପରିବାର ପାଇଁ ଆଜି ଦେଶକୁ ୪୩ ହଜାର ବର୍ଗ କ.ମି ଛାଡିବାକୁ ପଡ଼ିଛି । ଗଲ୍‌ଓ୍ଵାନ ଘାଟିରେ ସଂଘର୍ଷ ବେଳେ ସବୁ ରାଜନୈତିକ ଦଳ ମୋଦିଜୀଙ୍କ ସହ ଅଛନ୍ତି ବୋଲି କହିଥିବା ବେଳେ କେବଳ ଗୋଟିଏ ପରିବାର ମୋଦିଜୀଙ୍କ ନୀତି ଓ ସଚ୍ଚୋଟତା ଉପରେ ପ୍ରଶ୍ନ କରିଥିଲା ।

ରାମ ମନ୍ଦିର ନିର୍ମାଣ ନେଇ କୋଟି କୋଟି ଲୋକଙ୍କର ମଧ୍ୟ ମୋଦିଜୀଙ୍କ ଉପରେ ଆସ୍ଥା ଥିଲା ଯାହା ଆଜି ସଫଳ ହୋଇଛି । ଗୋଟିଏ ପରିବାର କେବଳ ଏହା ଉପରେ ପ୍ରଶ୍ନ ଓ ସନ୍ଦେହ ଉତ୍ପନ୍ନ କରିଥିଲେ ଯାହା ସମସ୍ତଙ୍କୁ ଜଣା ବୋଲି ଶ୍ରୀ ନଡ୍ଡା କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.