ମୋହନା: ଏକ ଅଜଣା ଅଡିଓ ଟେପ୍ ଭାଇରଲ ହେବା ପରେ ଆକ୍ସନ ମୁଡ଼ରେ ପୋଲିସ; ୧ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

ମୋହନା(କେନ୍ୟୁଜ୍):   ଗଞ୍ଜେଇ ମାଫିଆଙ୍କ ସହ ଜଣେ ଯୁବକ  ସଲାସୁତରା ହେବାର ଅଡିଓ ରେକଡିଂ ପଦାକୁ ଆସିବା ପରେ ଆକ୍ସନ ମୁଡ଼କୁ ଆସିଛି ପୋଲିସ ।  ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ  ମୋହନା ଓ ଅଡବା ଥାନା ଅଞ୍ଚଳରେ  ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ବେଆଇନ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ସହ ଦୁଇଟି ଅଟୋକୁ ଗଞ୍ଜେଇ ସହ ଦୁଇଟି ଅଟୋ କରିଛି ପୋଲିସ ।  ଅଡବା ଥାନା ପୋଲିସ ପକ୍ଷରୁ ହରଭଙ୍ଗୀ ଡ୍ୟାମ ରାସ୍ତାରେ ପେଟ୍ରୋଲିଂ ଚାଲିଥିବା ବେଳେ ପୋଲିସ ଏକ ଅଟୋକୁ ଯାଞ୍ଚ କରିବା ବେଳେ ସେଥିରୁ ୭୦ କେଜି ଗଞ୍ଜେଇ ବାହାରିଥିଲା । ଉକ୍ତ ଗଞ୍ଜେଇ  ଗଞ୍ଜାମ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା।

 ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଅଡବା ଥାନା କଟାମା ପଞ୍ଚାୟତ ତେଲଙ୍ଗାପଦା ଗାଁର ବାପା ଶତ୍ରୁଘ୍ନ  ନାୟକ ଓ ପୁଅ ଶ୍ରୀକାନ୍ତ ନାୟକଙ୍କୁ ଗିରଫ କରିଛି।  ସେହିଭଳି ଗତ ୨୩ ତାରିଖ ଅପରାହ୍ନ ସମୟରେ ମୋହନା ପୋଲିସର ପେଟ୍ରୋଲିଂ ବେଳେ ରାଇସିଂ ଛକ ନିକଟରେ ଏକ ଅଟୋ ଆସୁଥିବା ଦେଖି ଅଟକାଇବା ବେଳେ ଅଟୋରେ ୮୭.୫ କେଜି ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ତେବେ ଅଟୋକୁ ଛାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଅଟୋ ସହ ଗଞ୍ଜେଇ ଜବତ କରି ତଦନ୍ତ ଜାରି ରଖିଛି I

ତେବେ ରେକଡିଂ ପଦାକୁ ଆସିବା ପରେ ପୋଲିସ ପକ୍ଷରୁ ଚେକିଂ ଜୋରଦାର କରାଯାଇଥିବା ବେଳେ ଅଡିଓ ରେକଡିଂରେ ପୋଲିସ ନାମରେ ଧମକାଉଥିବା ଯୁବକ କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ।  ଅନ୍ୟପଟେ ରେକଡିଂଟି ଦେଢ଼ବର୍ଷ ପୁରୁଣା ବୋଲି ପୋଲିସ ସୂଚନା ଦେଇଛି l ଯଦି ସତରେ ଏହା ପୁରୁଣା ତାହେଲେ ପୋଲିସ ନାମନେଇ ଧମକାଉଥିବା ଅଂଶୁ ନାମକ ଯୁବକ କିଏ? ଯଦି ପୋଲିସ ଅଂଶୁ ନାମକ ଯୁବକକୁ ଜାଣିଛି ତା ହେଲେ ତାକୁ ଗିରଫ କରାଯାଉନାହିଁ କାହିଁକି? ଅଂଶୁ ନାମକ ଯୁବକକୁ ଗିରଫ କଲେ ଆହୁରି ଅନେକ ତଥ୍ୟ ପୋଲିସ ର ହସ୍ତଗତ ହୋଇପାରିବ l

ganaj seized1ଅଂଶୁ ନାମକ ଯୁବକ ପ୍ରତି ପୋଲିସ ନରମ ମନୋଭାବ ପୋଷଣ କରିବାର ଅର୍ଥ କିଛି ଅଲଗା ଦିଗକୁ ସୂଚାଉଛି, ଗଞ୍ଜେଇ ଚାଷର ଏନ୍ତୁଡ଼ିଶାଳ ଗଜପତି ଜ଼ିଲ୍ଲାରେ ସତରେ କଣ ମାଫିଆ ସହ ମଧ୍ୟସ୍ଥି ଦ୍ୱାରା ପୋଲିସ ର ଭିତିରିଆ ସମ୍ପର୍କ ଅଛି କି? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି l ତେବେ ଘଟଣାର ନିରପେକ୍ଷ ତଦନ୍ତ ସହ ଅତିଶୀଘ୍ର  ଅଭିଯୁକ୍ତ ବିରୋଧରେ  ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି s.d.p.o ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.