ସୋର: ଯୁବକର କାମଜ୍ବାଳାରେ ବର୍ତ୍ତିପାରିଲେନି ପକ୍ଷାଘାତ ମହିଳା, ଦୁଷ୍କର୍ମ ପରେ ମାରି ଫୋପାଡି ଦେଲା ବିଲରେ

ସୋର(କେନ୍ୟୁଜ୍): କାମାନ୍ଧ ଯୁବକର ଉନ୍ମତ କାଣ୍ଡ। ନିଜ ଉନ୍ମାଦନା ଆଗରେ ଭୁଲିଗଲା ମଣିଷପଣିଆ। ପକ୍ଷାଘାତା ରୋଗରେ ପୀଡିତ ମହିଳାଙ୍କ ଉପରେ ବି ନିଜ କାମନା ଚରିତାର୍ଥ କରିବାକୁ ଭୁଲିଲାନି ନରରାକ୍ଷସ। ଘଟଣା  ସମ୍ପର୍କରେ ଯେ ବି ଶୁଣିବ ତାର ରକ୍ତ ଗରମ ହୋଇଯିବ। ମଣିଷ ତ ନୁହଁ ପଶୁ ଭଳି କାମ କରିଦେଇଛି ଏକ କାମାନ୍ଧ ଯୁବକ। ତେବେ ଘଟଣା ଟି  ଥିଲା  ଏପ୍ରକାର, ଗତକାଲି ଅପରାହ୍ନରେ ଜଣେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ମହିଳାଙ୍କ ଶବ ଉଲଗ୍ନ ଅବସ୍ଥାରେ ପାଣିରୁ ଉଦ୍ଧାର  କରାଯାଇଥିଲା। ସେତେବେଳେ ମହିଳଙ୍କ ଭାଇ ତାଙ୍କର ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଆଉ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି  କରିଥିଲେ।

ସୂଚନା ଅନୁସାରେ ବାସୁଦେବପୁର ଥାନା ଶଙ୍ଖାରୁ ବାରାପୁର ଗ୍ରାମର ମୃତ ମହେନ୍ଦ୍ର ମହାକୁଡ଼ଙ୍କ ସ୍ତ୍ରୀ ଗତ ୮ ବର୍ଷ ଧରି ସୋର ଥାନା ବାଳଙ୍ଗ ପଞ୍ଚାୟତ ଜୁଳିଙ୍ଗିଆ ଗ୍ରାମରେ ତାଙ୍କ ଭାଇ ବିଜୟ ବାରିକଙ୍କ ପାଖରେ ରହୁଥିଲେ । ପକ୍ଷାଘାତ ରୋଗୀ ହୋଇଥିବାରୁ କିଛି କାମଦାମ କରିପାରୁନଥିଲେ । ୨୩ ତାରିଖ ରାତିରେ ପଡୋଶୀଙ୍କ ଘରୁ ଟିଭି ଦେଖି ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏ ବିଷୟରେ ମୃତ ମହିଳାଙ୍କ ଭାଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। କିନ୍ତୁ ଗତକାଲି ଅପରାହ୍ନରେ ତାଙ୍କ ଘରଠୁ ଅନତି ଦୂର ବିଲରେ ତାଙ୍କ ଶବ ପଡିଥିବାର ଦେଖି ଗ୍ରାମବାସୀ ମାନେ ସୋର ପୋଲିସକୁ ଖବର ଦେଇଥିଲେ। ଅନ୍ୟ ପକ୍ଷରେ ମୃତକର ଭାଇ ତାଙ୍କ ଭଉଣୀକୁ କେହି ଦୁଷ୍କର୍ମ କରି ମାରିଦେଇଥିବାର ଅଭିଯୋଗ କରିଥିଲେ ।

ଘଟଣାରୁ ପ୍ରକାଶ ଯେ ସେହି ଗ୍ରାମର ଜଣଙ୍କ ଘରେ ଖନ୍ତାପଡ଼ା ଥାନା ଅଳସୁଆ ପାଟପୁର ଗ୍ରାମର ଭଗିଆ ସିଂ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ । ୨୩ ତାରିଖ ଦିନ ରାତିରେ ଏହି ଯୁବକ ଜଣକ  ମହିଳାଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କରି ଏବଂ ମାଡ ମାରି ମାରିଦେଇ ବିଲରେ ପକେଇ ଦେଇ ଫେରାର ହୋଇଯାଇଥିଲା । ମୃତ ମହିଳାଙ୍କ ଭାଇଙ୍କ କହିବା ଅନୁସାରେ ତାଙ୍କ ଭଉଣୀ  ଜଣେ ଟ୍ରାକ୍ଟର ଡ୍ରାଇଭର୍ ସହ ସଂନ୍ଧ୍ୟାରେ କଥା ହଉଥିଲେ ତା’ ପର ଠାରୁ ସେ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ମରଶରୀର ବିଲ ମଝିରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସୋର ପୋଲିସର ଏକ ପାଞ୍ଚ ଜଣିଆ ଟିମ ବହୁ ଖୋଜା ଖୋଜି ପରେ  ଉକ୍ତ ଡ୍ରାଇଭରକୁ ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଭଙ୍ଗାଚଟୁ ଗ୍ରାମରୁ ଗିରଫ କରିଛି । ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଘଟଣା ଭଗିଆ ସ୍ୱୀକାର କରିଥିବା ପୋଲିସ ଆଗରେ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.