Below header

ଓସମା ବିନ୍‌ ଲାଦେନକୁ ସହିଦ କହି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅଡ଼ୁଆରେ, ପଦାରେ ପଡ଼ିଲା ପାକିସ୍ତାନ ମୁଖା

ଇସ୍‌ଲାମ୍‌ବାଦ : ଆତଙ୍କବାଦ ମାମଲାରେ ପୁଣି ଥରେ ପାକିସ୍ତାନ ପଦାରେ ପଡ଼ିଛି । ଆତଙ୍କବାଦ ମାମଲା ନେଇ ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ସଫା କରୁଥିବା ପାକିସ୍ତାନ ନିଜ ଭାଷଣରେ ନିଜେ ଫଶିଯାଇଛି ।

ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆତଙ୍କବାଦୀ ଓସମା ବିନ୍‌ ଲାଦେନକୁ ସହିଦ କହି ଏବେ ଫସି ଯାଇଛନ୍ତି । ପାକିସ୍ତାନ ଆସେମ୍ବ୍ଲିରେ ସମ୍ବୋଧନ କରୁଥିବା ବେଳେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସମାବିନ୍‌ ଲାଦେନକୁ ସହିଦ ବୋଲି କହିଥିଲେ ।

ଇମ୍ରାନ ଆହୁରି କହିଥିଲେ ଯେ ଆତଙ୍କବାଦୀଙ୍କ ଖିଲାପରେ ଆମେରିକାକୁ ସହଯୋଗ କରି ପାକିସ୍ତାନ ଓଲଟା ବଦନାମ ମୁଣ୍ଡାଇଛି । ଆମେରିକା ଆମ ମାଟିରେ ଲାଦେନକୁ ମାରି ଆମକୁ ଆତଙ୍କବାଦର କାଠଗଡାରେ ଠିଆ କରିଛି ।

 

ଯେଉଁଥିପାଇଁ ସାରା ବିଶ୍ୱରେ ଆମର ଇଜ୍ଜତ ଯାଇଛି । ଆମେରିକାକୁ ଇଙ୍ଗିତ କରି ଇମ୍ରାନ କହିଥିଲେ ଯେ ଆଜି ଯଦି ଆଫ୍‌ଗାନ୍‌ସ୍ତାନରେ ସେ ସଫଳ ନ ହୁଅନ୍ତି ତେବେ ମଧ୍ୟ ଆମକୁ ଦାୟୀ କରାଯିବ । ଆମରି ମୁଲକରେ ଆସି ଲାଦେନକୁ ମାରିଦେଲେ, ତାଙ୍କୁ ସହିଦ କରିଦେଇ ଗଲେ ।

ଶେଷରେ ଆମର ଦୋଷ ଦେଲେ । ଆମେରିକା କାରଣରୁ ଆମର ୭୦ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଲେ । ପାକିସ୍ତାନର ସଂସଦରେ ଓସମା ବିନ୍‌ ଲାଦେନ ଉପରେ ବିସ୍ତତ ଭାଷଣ ଦେବା ସହ ଲାଦେନକୁ ସହିଦ କହିବା ନେଇ ପାକ୍‌ର ମୁଖା ଖୋଲିଯାଇଛି ।

ପ୍ରକାଶଯୋଗ୍ୟ ଯେ ଆମେରିକାର ଓ୍ଵାର୍ଲ୍ଡ ଟ୍ରେଡ୍‌ ଟ୍ଵାଓାର ଉପରେ ଲାଦେନର ୯/୧୧ ଆକ୍ରମଣ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏଥିରେ ଶହ ଶହ ଲୋକଙ୍କ ପ୍ରାଣହାନୀ ଘଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.