ଅଗଷ୍ଟ ୧୨ତାରିଖ ଯାଏ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ, ଜୁନ ୩୦ ତାରିଖ ଯାଏ ସଂରକ୍ଷିତ ସମସ୍ତ ଟିକେଟର ମୂଲ୍ୟ ଫେରସ୍ତ ମିଳିବ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୨ତାରିଖ ଯାଏ ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ବନ୍ଦ। ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀବାହୀ ଓ ସବଅର୍ବାନ ଟ୍ରେନ ଚଳାଚଳ ବନ୍ଦ ରହିବ। ରେଳବାଇ କୋଚିଂ ଡାଇରେକ୍ଟରେଟର ନିର୍ଦ୍ଦେଶ କ୍ରମେ ନିର୍ଦ୍ଧାରିତ ସମୟର ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳକୁ ବନ୍ଦ ରଖିବାକୁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି।

ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ହୋଇଥିବା ସମସ୍ତ ଟିକେଟର ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ ମିଳିବ ବୋଲି କୁହାଯାଇଛି। ତେବେ ପ୍ରଥମେ ମେ ୧୨ ତାରିଖରୁ ଓ ପରେ ଜୁନ ୧ତାରିଖରୁ ଚଳାଚଳ ଆରମ୍ଭ କରିଥିବା ସ୍ପେଶାଲ ରାଜଧାନୀ, ସ୍ପେଶାଲ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନ ନିର୍ଦ୍ଧାରିତ ସମୟରେ ଚଳାଚଳ କରିବ।

You might also like