କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପଦକ୍ଷେପ, ଜୁନ ୨୭ରୁ ୩୦ ବ୍ରହ୍ମପୁର ସହର ହେବ ସଟଡାଉନ୍

କେନ୍ୟୁଜ୍ (ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପଦକ୍ଷେପ।  ଆସନ୍ତା ୨୭, ୨୮, ୨୯ ଓ ୩୦ ତାରିଖ ପୂରା ବ୍ରହ୍ମପୁର ସହର ସଟଡାଉନ୍‌ ରହିବ। ବୁଧବାର ଦିନ ସହର ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଏହି  ସଟ୍‌ଡାଉନ୍‌ ସମୟରେ ବ୍ରହ୍ମପୁର ସହରରେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ହେବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ, ହୋମ୍‌ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ଯାଞ୍ଚ ହେବ। ଏଥିପାଇଁ ୭୦ଟି ହେଲ୍‌ଥ ଟିମ୍ ଗଠନ ହୋଇଛି। ଏହି ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ। ଶଟ୍‌ଡାଉନ୍‌ ବେଳେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଣ୍ଟନ ଜାରି ରହିବ। ବ୍ରହ୍ମପୁର ସହରର ବାକି ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.