Below header

ଦୁଇ ମାସର ବିବାଦ ପରେ ଡ୍ରାଗନ୍‌ ସେନା ଘୁଞ୍ଚିଲେ ୧ କିଲୋମିଟର ପଛକୁ, ଏଲ୍‌ଏସିରେ ଦେଖା ଦେଲା ଶାନ୍ତି ଫେରିବା ଆଶା

ନୂଆଦିଲ୍ଲୀ : ପଛକୁ ହଟିଛି ଡ୍ରାଗନ ସେନା । ଦୁଇଦେଶ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଛି । ଆଲୋଚନା ଅନୁଯାୟୀ ବିବାଦୀୟ ସ୍ଥାନରୁ ପ୍ରାୟ ୧କିଲୋମିଟର ପଛକୁ ହଟିଯାଇଛି ଚୀନ ସେନା ।

ଆଲୋଚନା ଅନୁଯାୟୀ ଭାରତୀୟ ସେନା ମଧ୍ୟ ପଛକୁ ହଟିବ ବୋଲି କହିଛି । ଏଲଏସି ବା ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ କିଲୋମିଟର ପର୍ଯ୍ୟନ୍ତ ଉଭୟ ଦେଶର ସେନା ରହିବେ ନାହିଁ ।

ତେବେ ପେଟ୍ରୋଲିଂ କରିପାରିବେ ସେନା । ଚୀନ୍‌ ସବୁବେଳେ ଭାରତ ସହ ଛଳନା କରିଛି । ଯେତେବେଳେ ଭାରତ ସମେତ ସାରା ବିଶ୍ୱ କରୋନା ସହ ଲଢେଇ କରୁଥିଲା ସେତେବେଳେ ଚୀନ୍ ସେନା ଗଲ୍‌ଓ୍ଵାନ୍‌ ଘାଟି କୂଳେ କୂଳେ ନିର୍ମାଣ କାର୍ଯ୍ୟ କରି ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଉଦ୍ୟମ କରୁଥିଲା ।

ଯାହାକି ଭାରତୀୟ ଉପଗ୍ରହ ମାଧ୍ୟମରେ ଭାରତ ଚୀନ୍ ସେନାର ବଡ ବଡ ବେସ୍ କ୍ୟାମ୍ପ ଓ ଜେସିବିର ଫଟୋ ଦେଖିବାକୁ ପାଇଥିଲା ଗଲୱାନ ଘାଟୀରେ ଦୁଇ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଗତ ୫୦ବର୍ଷ ଭିତରେ ସବୁଠାରୁ ଅଧିକ ବଢିଯାଇଛି ।

ବିଶ୍ୱର ଦୁଇ ସର୍ବ ବୃହତ ରାଷ୍ଟ୍ର ମୁହାଁମୁହିଁ ହେବା ସାରା ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇଥିଲା । ଆଲୋଚନା ପରେ ଚୀନ୍‌ ସେନା ୧ କିମି ପଛକୁ ହଟି ଥିବାରୁ ଉତ୍ତେଜନା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଆଲୋଚନା ଅନୁସାରେ ଚୀନ୍ ସେନା ୫ ମେ’ ପୂର୍ବ ସ୍ଥିତିକୁ ଫେରିଯିବେ ବୋଲି ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.