Below header

ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌, ଆସନ୍ତାକାଲି ଦ୍ୱିପ୍ରହର ୨ଟା ୩୫ରେ ଉଡ଼ାଣ ଆରମ୍ଭ

ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌ । ଆସନ୍ତାକାଲି ଦ୍ୱିପହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ । ଶ୍ରୀହରିକୋଟା ସତୀଷ ଧାଓ୍ଵନ ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡ-୨ରୁ ଏହି ଉତକ୍ଷେପଣ ହେବ ।

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ୍‌ । ଆସନ୍ତାକାଲି ଦ୍ୱିପ୍ରହର ୨ଟା ୩୫ରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଉଡ଼ାଣ ଆରମ୍ଭ କରିବ । ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ । ଶ୍ରୀହରିକୋଟା ସତୀଷ ଧାଓ୍ଵନ ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡ-୨ରୁ ଏହି ଉତକ୍ଷେପଣ ହେବ । ସବୁ କିଛି ଠିକ୍‌ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଅବତରଣ କରିବ । ପରେ ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡ଼ାଇବ ।

ଏହି ଯାନ ୭ଟି ବୈଜ୍ଞାନିକ ଉପକରଣକୁ ମହାକାଶକୁ ନେଇଯିବ । ଇସ୍ରୋର ବାହୁବଳୀ ରକେଟ ୬୪୨ ଟନ୍‌ର ଏଲଏମ-୩ ଚନ୍ଦ୍ରଯାନ-୩କୁ ମହାକାଶକୁ ନେବ । ଏହାର ଓଜନ ୧୩୦ ଏସୀୟ ହାତୀ ସହ ସମାନ । ଏହି ରକେଟର ଉଚ୍ଚତା ୪୩.୫ ମିଟର । ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ। ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି। ୨୦୦୮ରେ ଚନ୍ଦ୍ରଯାନ-୧ ଓ
୨୦୧୯ରେ ଚନ୍ଦ୍ରଯାନ-୨ ମିଶନ ୨୨ ଜୁଲାଇରେ କରାଯାଇଥିଲା। ପାଖାପାଖି ୨ ମାସ ପରେ ୭ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରମାର ସାଉଥ ପୋଲରେ ଚନ୍ଦ୍ରଯାନ-୨ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା। ଯାହାପରେ ଭାରତ ଚନ୍ଦ୍ରଯାନ-୩ ମିଶନ ପ୍ରସ୍ତୁତ କରିଛି।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ-୨ରେ ଆମେ ଅସଫଳ ହୋଇଥିଲୁ। ସବୁବେଳେ ଆମେ ସଫଳ ହେବୁ ତାହା ବି ଜରୁରୀ ନୁହେଁ। ସବୁଠୁ ବଡ଼ କଥା ହେଲା ଚନ୍ଦ୍ରଯାନ-୨ରେ ହୋଇଥିବା ଭୁଲରୁ ଆମେ ବହୁତ କିଛି ଶିଖିବା ସହ ଚନ୍ଦ୍ରଯାନ-୩ର ପ୍ରସ୍ତୁତି କରିଛୁ। ସେ ଆହୁରି କହିଛନ୍ତି ଅସଫଳ ହେବା ମାନେ କାର୍ଯ୍ୟ କରିବା ଛାଡ଼ିଦେବୁ। ଚନ୍ଦ୍ରଯାନ-୩ ଜରିଆରେ ଆମେ ଇତିହାସ ରଚିବୁ ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.