Below header

୩ ମାସ ଶିଶୁର ଶରୀରରୁ ମୁଣ୍ଡକୁ ନେଇ ଚାଲିଗଲେ ବୁଲା କୁକୁର

ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ବୁଲା କୁକୁରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶିଶୁକୁ ଝୁଣି ମାରି ଦେବା ସହିତ ତା ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବେହାତ ଅଞ୍ଚଳରେ ଥିବା ଦୟାଲପୁର ଗାଁରେ ଏଭଳି ଘଟଣା ଘଟିଛି। ସୋମବାର ରାତିରେ ଶିଶୁ ଜଣଙ୍କୁ ପରିବାର ଲୋକେ ବାରଣ୍ଡାରେ ଶୁଆଇ ଘର ଭିତରେ କାମ କରୁଥିଲେ। ଏହି ସମୟରେ ୩ରୁ ୪ଟି ବୁଲା କୁକୁର ସେଠାରେ ପହଞ୍ଚି ଶିଶୁଟିକୁ ଆକ୍ରମଣ କରିଥିଲେ।  ଆଜି ସକାଳେ ପରିବାର ଲୋକ ଶିଶୁଟିର ମୁଣ୍ଡ ବିହୀନ ଶରୀରକୁ ନିକଟସ୍ଥ ପଡ଼ିଆରୁ ଠାବ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.