Below header

ୟୁରୋପରେ ଭାଇରସ୍‌କୁ ଅଧିକ ସକ୍ରିୟ କରୁଛି ଥଣ୍ଡା ପାଗ

ୟୁରୋପରେ ସଂକ୍ରମଣ ବଢ଼ି ଚାଲିଛି । ଭାଇରସ୍‌କୁ ଅଧିକ ସକ୍ରିୟ କରୁଛି ଥଣ୍ଡା ପାଗ । ବିଶ୍ୱର ଦୁଇ ତୃତୀୟାଂଶ ଦୈନିକ ମାମଲା ୟୁରୋପ ମହାଦେଶରୁ ଆସୁଛି । ଲକଡାଉନ୍‌ରେ ଥିବା ଅଷ୍ଟ୍ରିଆରେ ସବୁଠୁ ଖରାପ ସ୍ଥିତି । ଗତ ସପ୍ତାହରେ ହାରାହାରି ଦୈନିକ ସଂକ୍ରମଣ ଥିଲା ୧୪ ହଜାର । ପୂର୍ବ ସପ୍ତାହ ଠାରୁ ୨୮ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡସ୍‌ରେ ଗତ ସପ୍ତାହର ହାରାହାରି ଦୈନିକ ସଂକ୍ରମଣ ଥିଲା ୨୧ ହଜାର । ଯାହା ପୂର୍ବ ସପ୍ତହାହ ଠାରୁ ୫୬ ପ୍ରତିଶତ ଅଧିକ । ନେଦରଲ୍ୟାଣ୍ଡ୍‌ସକୁ ଆଂଶିକ ଲକଡାଉନ୍‌ କରାଯାଇଛି । ଜର୍ମାନୀରେ ଭୟଙ୍କର ସ୍ଥିତି । କୋଭିଡ୍‌ କଟକଣାକୁ ଆହୁରି କଠୋର କରିବାକୁ କହିଛନ୍ତି ଚାନସେଲର ଅଞ୍ଜେଲା ମର୍କେଲ ।

ବେଲଜିୟମ ଓ ବ୍ରିଟେନ୍‌ରେ ମଧ୍ୟ ଭୟଙ୍କର ଭାବେ ବଢ଼ୁଛି ସଂକ୍ରମଣ । ଆମେରିକାରେ ଲକ୍ଷେମୁହାଁ ଦୈନିକ ସଂକ୍ରମଣ। ୩ ସପ୍ତାହ ଧରି ଦୈନିକ ସଂକ୍ରମଣ ୭୦ ରୁ ୭୫ ହଜାର ଭିତରେ ଥିଲା। ଗତ ସପ୍ତାହରେ ହଠାତ୍‌ ବଢ଼ି ଯାଇଛି । ଗତ ୭ ଦିନରେ ହାରାହାରି ଦୈନିକ ସଂକ୍ରମଣ ୯୨ ହଜାର ଉପରେ ରହିଛି । କୋଭିଡ୍‌ କଟକଣା କଠୋର ନହେଲେ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଆଉ ୫ ଲକ୍ଷ ଲୋକଙ୍କୁ ମାରିପାରେ କରୋନା । ଏଭଳି ସତର୍କବାଣୀ ଶୁଣାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.