Below header

ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦିତ ହେଲା ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି-୨୦୨୧

ଭୁବନେଶ୍ୱର(କେ ନ୍ୟୁଜ):  ୨୦୨୬ ସୁଦ୍ଧା ଓଡ଼ିଶାକୁ ଇଲେକ୍ଟ୍ରୋନିସ୍‌ ଶିଳ୍ପରେ ଅଗ୍ରଣୀ ରାଜ୍ୟରେ ପରିଣତ କରାଯିବ । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ପ୍ରଥମ ୧୦ଟି ନୂଆ ନିବେଶ ଓ ସମ୍ପ୍ରସାରଣକୁ ଉତ୍ପାଦନ ଭିତ୍ତିକ ସହାୟତା ମିଳିବ । ସହାୟତା ବାବଗାରେ ବାର୍ଷିକ କାରବାରର ଏକ ପ୍ରତିଶତ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ପାଇଁ ଯୋଗାଇ ଦିଆଯିବ । ଇଲେକ୍ଟ୍ରୋନିକ୍ସ ସିଷ୍ଟମ୍‌ ଡିଜାଇନ୍‌ ଓ ମାନୁଫ୍ୟାକଚରିଂ ଶିଳ୍ପ ବା ESDM ୟୁନିଟ୍‌ଗୁଡ଼ିକୁ ପୁଞ୍ଜି ନିବେଶ ଆଧାରରେ ୧୦କୋଟିରୁ ୨୫୦ କୋଟି ଯାଏ ଯୋଗାଇ ଦିଆଯିବ ସହାୟତା । ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ଶୁଳ୍ପ, ଇନସ୍ପେକସନ୍‌ ଫି ୫ ବର୍ଷ ଯାଏ ଛାଡ କରାଯିବ । ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲର ୩୦ ପ୍ରତିଶତ ସର୍ବାଧିକ ୫୦ ଲକ୍ଷ ଯାଏ ମିଳିବ ରିହାତି ।

ଜମି କିଣିବା ବେଳେ ଷ୍ଟାମ୍ପ ଡ୍ୟୁଟି ଶତ ପ୍ରତିଶତ ଓ ଦ୍ୱିତୀୟ ଥର ପାଇଁ ୫୦ ପ୍ରତିଶତ ଛାଡ କରାଯିବ । ଚାଷ ଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତ୍ତନ ପାଇଁ ହେଉଥିବା ଖର୍ଚ୍ଚର ଶହେ ପ୍ରତିଶତ ଯୋଗାଇ ଦିଆଯିବ । ମହିଳା, ଏସସି/ଏସଟି ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ୧୦ ପ୍ରତିଶତ ସର୍ବାଧିକ ୧ କୋଟି ଯାଏ ଅତିର୍କିତ ସହାୟତା ଦେବାର ବ୍ୟବସ୍ଥା ରହିଛି । ଲିଜରେ କରୁଥିଲେ ସେମାନଙ୍କୁ ଅତିରିକ୍ତ ୨୫ ପ୍ରତିଶତ ସର୍ବାଧିକ ୧୦ ଲକ୍ଷ ଯାଏ ରିହାତି ୫ ବର୍ଷ ଯାଏ ମିଳିବ । ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀଙ୍କୁ ଅଗ୍ରାଧିକାର ଦେବାର ରହିଛି ବ୍ୟବସ୍ଥା । ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଯୋଗାଇଲେ ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ ।

ଇଲେକ୍ଟ୍ରୋନିକ୍ସ ଶିଳ୍ପଦ୍ୟୋଗୀ ଋଣ କରି ଠିକ୍‌ ସମୟରେ ପରିଶୋଧ କରୁଥିଲେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୬ ବର୍ଷ ଯାଏ କରାଯିବ । ସଫଳ ଉଦ୍ୟୋଗୀଙ୍କୁ ଆରମ୍ଭରୁ ଉତ୍ପାଦନ ଆରମ୍ଭରୁ ୫ ବର୍ଷ ଯାଏ ଶଥ ପ୍ରତିଶତ SGST ଛାଡ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସମ୍ପନ୍ନ କମିଟି ଗଠନ କରି ଇଲେକ୍ଟ୍ରୋନିକ୍ସ ନୀତି କାର୍ଯ୍ୟାନ୍ଵୟନର ତଦାରଖ କରାଯିବ । ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.