Below header

ସରକାରୀ ହସପିଟାଲ ପ୍ରସୂତି ଓ୍ଵାର୍ଡରୁ ନବଜାତକୁ ଟାଣି ଖାଇଦେଲା କୁକୁର

ହସପିଟାଲରୁ ଜଣେ ନବଜାତ ଶିଶୁକୁ କୁକୁର ଟାଣି ନେଇ ମାରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । କର୍ଣ୍ଣାଟକ ଶିଭମୋଗା ଜିଲ୍ଲାର ଏକ ସରକାରୀ ହସପିଟାଲରେ ଶନିବାର ଘଟିଛି ଏହି ଦୁଃଖଦ ଘଟଣା । କୁକୁର ପ୍ରସୂତି ଓ୍ଵାର୍ଡରୁ ଏକ ଶିଶୁକୁ ଟାଣିନେଉଥିବା ସୁରକ୍ଷାକର୍ମୀ ଦେଖିବା ପରେ କୁକୁରକୁ ଗୋଡାଇ ଶିଶୁଟିକୁ ଉଦ୍ଧାର କରିଥିଲା ।

ଶିବମୋଗା : ହସପିଟାଲରୁ ଜଣେ ନବଜାତ ଶିଶୁକୁ କୁକୁର ଟାଣି ନେଇ ମାରିଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । କର୍ଣ୍ଣାଟକ ଶିଭମୋଗା ଜିଲ୍ଲାର ଏକ ସରକାରୀ ହସପିଟାଲରେ ଶନିବାର ଘଟିଛି ଏହି ଦୁଃଖଦ ଘଟଣା । କୁକୁର ପ୍ରସୂତି ଓ୍ଵାର୍ଡରୁ ଏକ ଶିଶୁକୁ ଟାଣିନେଉଥିବା ସୁରକ୍ଷାକର୍ମୀ ଦେଖିବା ପରେ କୁକୁରକୁ ଗୋଡାଇ ଶିଶୁଟିକୁ ଉଦ୍ଧାର କରିଥିଲା ।

ହେଲେ ସେତେବେଳେକୁ ଶିଶୁଟିର ଜୀବନ ଚାଲିଯାଇଥିବା ହସପିଟାଲ ପକ୍ଷରୁ ଜଣାଯାଇଛି । ଶନିବାର ସକାଳ ପ୍ରାୟ ୭ଟା ବେଳେ ହସପିଟାଲରେ ଏହି ଘଟଣା ଘଟିଥିଲା । ଶିଶୁଟି ପୂର୍ବରୁ ମୃତ ଥିଲା କି କୁକୁର ଟାଣି ନେଇ ମାରିଦେଇଛି, ସେ ନେଇ ହସପିଟାଲ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି ।

ତେବେ ଶିଶୁଟିର ପିତା- ମାତାଙ୍କ ସମ୍ପର୍କରେ କିଛି ଜଣାପଡିନାହିଁ । ମୃତ ଶିଶୁଟି ପାଇଁ ଏଯାଏ କେହି ଦାବି କରି ନାହାଁନ୍ତି ବୋଲି ମେଡିକାଲ ସୂତ୍ରରୁ ଜଣାପଡିଛି । ମେଡିକାଲ କର୍ତ୍ତୃପକ୍ଷ ଏବେ ପ୍ରସୂତି ଓ୍ଵାର୍ଡର ସମସ୍ତ ପ୍ରସୂତିଙ୍କ ରେକର୍ଡ ଯାଞ୍ଚ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.