Below header

ଆକ୍ଟିଭ କରନ୍ତୁ iOS 16.4 voice isolation ଫିଚର, କୋଳାହଳପୂର୍ଣ୍ଣ ସ୍ଥାନରେ ବି ଭଏସ ଶୁଣାଯିବ ଏକଦମ୍‌ କ୍ଲିୟର

Apple ତାର ସମସ୍ତ ସପୋର୍ଟେଡ ଆଇଫୋନ୍‌ ପାଇଁ ନୂଆ iOS 16.4 ଅପଡେଟ ଜାରି କରିଦେଇଛି । ଏହା ନୂଆ ଇମୋଜି, ଭଲ କ୍ରାସ୍‌ ଡିଟେକସନ୭୍‌ ଫିଚର, ଭଏସ ଓଭର ସପୋର୍ଟ ସହିତ ୱେଦର ଆପ୍‌ ଅପଡେଟ, ସରକାରୀ ପାଇଁ ପୁଶ୍‌ ନୋଟିଫିକେସନ୍‌, ପଡକାଷ୍ଟ ଇଣ୍ଟରଫେସ୍‌ ଅପଡେଟ କରିବା ଭଳି ଅନେକ ବଢ଼ିଆ ବଢ଼ିଆ ଫିଚର୍ସକୁ ଲଞ୍ଚ୍‌ କରିଛି ।

Apple ତାର ସମସ୍ତ ସପୋର୍ଟେଡ ଆଇଫୋନ୍‌ ପାଇଁ ନୂଆ iOS 16.4 ଅପଡେଟ ଜାରି କରିଦେଇଛି । ଏହା ନୂଆ ଇମୋଜି, ଭଲ କ୍ରାସ୍‌ ଡିଟେକସନ୭୍‌ ଫିଚର, ଭଏସ ଓଭର ସପୋର୍ଟ ସହିତ ୱେଦର ଆପ୍‌ ଅପଡେଟ, ସରକାରୀ ପାଇଁ ପୁଶ୍‌ ନୋଟିଫିକେସନ୍‌, ପଡକାଷ୍ଟ ଇଣ୍ଟରଫେସ୍‌ ଅପଡେଟ କରିବା ଭଳି ଅନେକ ବଢ଼ିଆ ବଢ଼ିଆ ଫିଚର୍ସକୁ ଲଞ୍ଚ୍‌ କରିଛି ।

ସବୁଠାରୁ ଖାସ୍‌ କଥା ହେଉଛି ଏଥିମଧ୍ୟରୁ ଆପଣଙ୍କ ଆଇଫୋନ୍‌ କଲ୍ସ ପାଇର୍ ବାସ୍ତାବରେ ଏକ ବହୁତ ଉପଯୋଗୀ ଫିଚର ରହିଛି, ଯାହା ସାହାଯ୍ୟରେ ଆପଣ ଭିଡ ଥିବା ସ୍ଥାନରେ କିମ୍ବା ଅଧିକ କୋଳାହଳପୂର୍ଣ୍ଣ ଜାଗାରେ ମଧ୍ୟ ସୁପର କ୍ଲିୟର ଫୋନ୍‌ କଲ୍‌ କରିପାରିବେ । ଏହି ଫିଚରର ବ୍ୟବହାର କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ନିଜ ଫୋନକୁ ଅପଡେଟ କରିବାକୁ ପଡିବ । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହାକୁ ଆକ୍ଟିଭ୍‌ କେମିତି କରିବେ ।

ପ୍ରଥମେ ଜାଣନ୍ତୁ ଆପଲ୍‌ ଭଏସ ଆଇସୋଲେସନ୍‌ ଫିଚର କଣ ?

ବର୍ତ୍ତମାନ୍‌ ଆପଣ ନିଜଆଇଫୋନ ସେଲୁଲାର କଲ୍ସ ପାଇଁ ଭଏସ ଆଇସୋଲେସନ୍‌ ଫିଚରକୁ ବ୍ୟବହାର କରିପାରିବେ । ଏହାର ବ୍ୟବହାର କରିବା ପୂର୍ବରୁ, ଆପଣଙ୍କୁ ନିଜ ଆଇଫୋନକୁ iOS 16.4 ଭର୍ସନରେ ଅପଡେଟ କରିବାକୁ ହେବ । ଏହା ପୂର୍ବରୁ ଆପଲ ଫେସଟାଇମ ଏବଂ ହ୍ଵାଟ୍ସଆପ୍‌ ଭଳି ଆପ ମାଧ୍ୟମରେ କରାଯାଇଥିବା ଭଏସ ଆଇସୋଲେସନ ଫିଚର ବ୍ୟବହାରକୁ ଭିଓଆଇପି କଲ୍‌ ପର୍ଯ୍ୟନ୍ତ ସୀମିତ କରିଦେଇଥିଲା ।

ଏହା ଠିକ୍‌ ଆକ୍ଟିଭ ନଏଜ୍‌ କ୍ୟାନସେଲସନ୍‌ ଭଳି କାମ କରିଥାଏ । ଯାହା ଆପଣଙ୍କୁ କିଛି ଇୟରବଡସରେ ମିଳିପାରିବ । ଆଇଫୋନରେ ଭଏସ ଆଇସୋଲେସନ ଫିଚରକୁ ଆକ୍ଟିିଭ କରିବା ଦ୍ୱାରା ଡିଭାଇସର ମାଇକ୍ରୋଫୋନ୍‌ ସ୍ପିକରର ଆଖପାଖରେ କୌଣସି ବି ବ୍ୟାକଗ୍ରାଉଣ୍ଡ ନଏଜକୁ ଫିଲଟର କରିଥାଏ, ଯାହାଦ୍ୱାରା ଏହା କଲର ଅପଜିଟ ସାଇଡରେ ଟ୍ରାନ୍ସମିଟକୁ ରୋକାଯାଇହେବ ।

iPhoneରେ ଏପରି କରନ୍ତୁ ଆକ୍ଟିଭ କରନ୍ତୁ voice isolation ଫିଚର

ଷ୍ଟେପ ୧ : ସର୍ବପ୍ରଥମେ ଆଇଫୋନ୍‌ ଆପ୍‌ ଖୋଲନ୍ତୁ ଏବଂ ତାପରେ ଆପଣଙ୍କୁ ଯାହାକୁ କଲ୍‌ କରିବାର ଥିବ ତାକୁ କଲ୍‌ କରନ୍ତୁ ।
ଷ୍ଟେପ ୨ : ଯେତେବେଳେ ଆପଣ କଲରେ ଥିବେ, ସେତେବେଳେ ଆଇଫୋନ୍‌ ସ୍କ୍ରିନର ଉପର ଡାହାଣ କୋଣରୁ କଣ୍ଟ୍ରୋଲ ସେଣ୍ଟରକୁ ତଳକୁ ଟାଣନ୍ତୁ ।
ଷ୍ଟେପ ୩ : ସେଠାରେ ଥିବା ମାଇକ୍‌ ମୋଡ ବଟନ ଉପରେ ଟ୍ୟାପ୍‌ କରନ୍ତୁ ।
ଷ୍ଟେପ ୪ : ଏହାଦ୍ୱସାରା ମାଇକ ମୋଡ ସେଟିଙ୍ଗ ଖୋଲିଯିବ, ଯେଉଁଠି ଆପଣଙ୍କୁ voice isolation ବିକଳ୍ପ ମିଳିବ । ଏହା ଉପରେ ଟ୍ୟାପ୍‌ କରନ୍ତୁ । ଏବଂ ଭଏସ ଆଇସୋଲେସନକୁ ଆକ୍ଟିଭ କରିନିଅନ୍ତୁ ।
ଷ୍ଟେପ ୫ : ଏହିଭଳି ଭାବେ ଆପଣ ‘Wide Spectrum’ କୁ ଚୟନ କରିପାରିବେ । ଯଦି ଆପଣ ଚାହିଁବେ ତ ଆଓ୍ଵାଜ୍‌ ଏବଂ ଆପଣଙ୍କ ଆଖପାଖର ସମସ୍ତ ନଏଜକୁ ଶୁଣାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.