Below header

ରାତି ଅଧରେ ରୁମ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି । ଗତକାଲି ଜେଲରେ ଥିବା ଅଭିଯୁକ୍ତ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏବେ ଖବର ଆସିଛି ଯେ ସେ ଗତ ମଙ୍ଗଳବାର ଦିନ ଦିଲ୍ଲୀ ଯାଇଥିବା ବେଳେ ତାଙ୍କ କୋଠରୀରେ ନିଆଁ ଲାଗିଯାଇଥିଲା । ଏହାପରେ ସେ ତୁରନ୍ତ ବେଲ୍‌ ବଜାଇ ସୁରକ୍ଷା କର୍ମୀଙ୍କୁ ଡାକିଥିଲେ । ତା’ପରେ ସୁରକ୍ଷା କର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ ।

ନୂଆଦିଲ୍ଲୀ : ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି । ଗତକାଲି ଜେଲରେ ଥିବା ଅଭିଯୁକ୍ତ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଏବେ ଖବର ଆସିଛି ଯେ ସେ ଗତ ମଙ୍ଗଳବାର ଦିନ ଦିଲ୍ଲୀ ଯାଇଥିବା ବେଳେ ତାଙ୍କ କୋଠରୀରେ ନିଆଁ ଲାଗିଯାଇଥିଲା । ଏହାପରେ ସେ ତୁରନ୍ତ ବେଲ୍‌ ବଜାଇ ସୁରକ୍ଷା କର୍ମୀଙ୍କୁ ଡାକିଥିଲେ । ତା’ପରେ ସୁରକ୍ଷା କର୍ମୀମାନେ ନିଆଁକୁ ଆୟତ୍ତ କରିଥିଲେ ।

ଦୁର୍ଘଟଣା କିପରି ହେଲା ? ସେ ବିଷୟରେ ତଦନ୍ତ କରାଯାଉଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଭଜନଲାଲ ମଙ୍ଗଳବାର ରାତିରେ ଦିଲ୍ଲୀରେ ଥିଲେ। ସେ ରାତିରେ ଦିଲ୍ଲୀର ଯୋଧପୁର ହାଉସରେ ରହୁଥିଲେ । ତାଙ୍କ କୋଠରୀରେ ସ୍ଥାପିତ ହିଟରର ଇଲେକ୍ଟ୍ରିକ୍ ପ୍ଲଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ରାତି ୨ ଟାରେ ପ୍ଲଗରୁ ଧୂଆଁ ବାହାରିବା ଆରମ୍ଭ କଲା ଏଥିରେ ଭୟଭୀତ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ । ପରେ ସୁରକ୍ଷା କର୍ମୀମାନେ ଆସି ନିଆଁ ଲିଭାଇଥିଲେ । ଏହି ମାମଲାରେ ଜଣେ ଜୁନିଅର ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି ଏବଂ ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।

ତେବେ ରାଜସ୍ଥାନର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କୁ ହତ୍ୟା ଧମକ ଦେଇ ଏକ କଲ ଆସିଥିଲା । ପୋଲିସ କଲ୍ କରୁଥିବା ବ୍ୟକ୍ତିଙ୍କ ସ୍ଥାନ ଅନୁସନ୍ଧାନ କରି ଜେଲରୁ ଏହି କଲ କରାଯାଇଥିବା ଜାଣିବାକୁ ପାଇଲା । ଏହି ମାମଲାରେ ଜେଲ ପ୍ରଶାସନର ଦୁଇ ୱାର୍ଡେନଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ତେବେ ଜୟପୁର କେନ୍ଦ୍ରୀୟ ଜେଲରୁ ଏହି କଲ୍‌ ହୋଇଥିଲା । ଧମକ ଦେଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି POCSO ଅଧିନିୟମ ଅନୁଯାୟୀ କେନ୍ଦ୍ରୀୟ ଜେଲରେ ଦଣ୍ଡ ଭୋଗୁଥିବା ଜଣେ କଏଦୀ । ସେ ଗତ ବର୍ଷରୁ ଜେଲରେ ଅଛନ୍ତି ଏବଂ ମାନସିକ ଡାକ୍ତରଖାନାରେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.