ଢେଙ୍କାନାଳ : କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଇଞ୍ଜିନ ସହ ୬ଟି ୱାଗନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।

ଢେଙ୍କାନାଳ : ଢେଙ୍କାନାଳ ମୋଟଙ୍ଗା ଥାନା ଅନ୍ତର୍ଗତ କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଇଞ୍ଜିନ ସହ ୬ଟି ୱାଗନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଆଜି ଭୋରରୁ ଡୁବୁରିରୁ ଏକ କୋଇଲା ବୋଝେଇ ମାଲଗାଡ଼ି କୋଇଲା ଖାଲି କରି ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନ ରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା ।

ରେଲୱେ ବିଭାଗର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ରେଲୱେ ବିଭାଗର ଏଡିଆରଏମ କଲ୍ୟାଣ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ର ତଦନ୍ତ କରିଛନ୍ତି। ଏ ଡି ଆର ଏମ ଙ୍କ ସୂଚନା ମୁତାବକ ଟ୍ରେନଟି କୋଇଲା ଖାଲି କରି ଫେରିବା ସମୟରେ ଭୁଲ ଲାଇନ ରେ ଅତିକ୍ରମ କରିଥିଲା । ଯାହାଦ୍ୱାରା ଏହି ପ୍ରକାର ଦୁର୍ଘଟଣା ଘଟିଛି। ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.